Share ନବରଙ୍ଗପୁର (କୋଶଲ ନ୍ୟୁଜ୍ ବ୍ୟୁରୋ )03/12/2020 ଆଜି ତା 03.12.2020 ଗୁରୁବାର 10.30 ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 ଏହି ବୈଠକରେ ନୋଡାଲ ଅଧିକାରୀ, PD,DRDA, ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, APD,DRDA,(Admn) ଶ୍ରୀ ରତ୍ନାକର ସାହୁ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅମରେନ୍ଦ୍ର ପାଢ଼ୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରଣୀ ମିଶ୍ର, CDVO, ନାରାୟଣ ବେହେରା, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ନବରଙ୍ଗପୁର ସୁଦାମ ଚରଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ ଜିଲ୍ଲା ସହ ଯୋଗାଣ ଅଧିକାରୀ, ଦୁର୍ଗାପ୍ରସାଦ ମାଝୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାର ଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ ହୋଇଥିବା ଶ୍ରମିକ ମାନଙ୍କ ପ୍ରାପ୍ୟ ସଠିକ ଭାବରେ ମାଷ୍ଟେର ରୋଲ ରେ ଦରଜ କରାଇବା ପାଇଁ ଆଲୋଚନା ହେବା ସହିତ ଜିଲ୍ଲା ନୋଡାଲ ଅଧିକାରୀ ମାନେ ତାଙ୍କର ବିଭିନ୍ନ ଗ୍ରସ୍ତ ସମୟରେ ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଛତୁଆ ବଣ୍ଟନ ସହିତ ଅଙ୍ଗନବାଡି କେନ୍ଦ୍ର ରେ ଶୀତ ପୋଷାକ ଓ ଜୋତା ର କିଭଳି ସଠିକ ଭାବରେ ବଣ୍ଟନ ହେବ ଆଲୋଚନା ହୋଇଥିଲା । ଏହି ବୈଠକରେ କୋଭିଡ ପରୀକ୍ଷା ରୁ ଲୁକ୍କାୟିତ ଭାବରେ ବଞ୍ଚିତ ରହିଯାଇଥିବା ଵ୍ୟକ୍ତି ବିଶେଷ ଙ୍କୁ କିଭଳି ଭାବରେ ପରୀକ୍ଷା କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍ । 0 14 Share FacebookTwitterWhatsAppEmailFacebook MessengerTelegramPrint