Share କୋଶଲ ନ୍ୟୁଜ୍ ବ୍ୟୁରୋ :ନବରଙ୍ଗପୁର : ସାଧାରଣତନ୍ତ୍ର ଦିବସରେ ଅଘଟଣ । ଚଳନ୍ତା କାରରେ ଲାଗିଲା ନିଆଁ । ନବରଙ୍ଗପୁର ସହର ମାଝୀଗୁଡା ରାସ୍ତା ଦେଇ ତେନ୍ତୁଳିଖୁଣ୍ଟି ଯାଉଥିବା ବେଳେ ବିଜରାଗୁଡ଼ା ନିକଟରେ ଏକ କାରରେ ନିଆ ଲାଗି କାରଟି ସମ୍ପୂର୍ଣ୍ଣ ଜଳି ଯାଇଛି ।ନବରଙ୍ଗପୁରର ଏକ ଗ୍ୟାରେଜରେ ମରାମତି ହୋଇ ବିଜରାଗୁଡାର ଭୀମ ନାୟକଙ୍କ କାର ଘରକୁ ଫେରୁଥିବା ବେଳେ ଗାଡିର ଇଞ୍ଜିନରୁ ହଠାତ ନିଆଁ ଲାଗିଯାଇଥିଲା । କାରରେ ଯାଉଥିବା ମାଲିକ ନିଜେ ଡ୍ରାଇଭିଙ୍ଗ କରି ଯାଉଥିବା ବେଳେ ଗାଡିରୁ ଓହ୍ଲାଇ ଦେଖିବା ବେଳେ ଇଞ୍ଜିନରୁ ପ୍ରବଳ ନିଆଁ ଲାଗିଥିଲା। ଏ ସମ୍ବନ୍ଧରେ ସେମାନେ ଅଗ୍ନିଶମ ବାହିନୀକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଅଗ୍ନିଶମ ଗାଡି ବିଳମ୍ବରେ ପହଞ୍ଚିବାରୁ ନିଆ ଲାଗି ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିବା କାର ମାଲିକ ଅଭିଯୋଗ କରିଛନ୍ତି । କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଗାଡି ମାଲିକ କହିଛନ୍ତି । 0 22 Share FacebookTwitterWhatsAppEmailFacebook MessengerTelegramPrint