Share ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା :- ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଓବନ୍ଦ କେଲିଆ ଶୈବପୀଠ ରେ ଏବର୍ଷ କିଭଳି ଶିବରାତ୍ରି ପାଳିତ କରାଯିବ ଅନେଇ ଆଜି ମଙ୍ଗଳବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହଇଯାଇଛି । ଆଗାମୀ ମାର୍ଚ୍ଚ ମାସ 11ତାରିଖରେ ମହାଶିବରାତ୍ରି ଥିବାରୁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ ହଇଯାଇଛି ।ନବରଙ୍ଗପୁର ଜିଲ୍ଲାର ବିଖ୍ୟାତ ଶୈବପୀଠ କେଲିଆରେ ପ୍ରତିବର୍ଷ ହଜାର ହଜାର ଉର୍ଦ୍ଧ୍ବ ଶୈବ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳେ ।ଏବର୍ଷ କରନା କଟକଣା ଯୋଗୁଁ ମନ୍ଦିର କମିଟି ତରଫରୁ ଭକ୍ତଙ୍କ ସୁରକ୍ଷା କୁ ବିଶେଷ ଭାବରେ ଧ୍ୟାନ ଦିଆଯିବ ବୋଲି ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର ଏବଂ କମେଟିର ସଦର୍ଶମାନେ ମତବ୍ୟକ୍ତ କରିଛନ୍ତି। ଏହା ଖାଲି ଶୈବପୀଠ ନୁହେଁ ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳି ମଧ୍ୟ। ଏଠାରେ ଦର୍ଶନ ପାଇଁ ଜିଲା ବାହାରୁ ତଥା ପଡସିରାଜ୍ୟ ଛତିଶଗଡ଼ ରୁ ମଧ୍ୟ ଦର୍ଶକ ଆସନ୍ତି । ଶିବ ମନ୍ଦିର ଠାରୁ ଜଙ୍ଗଲ ମଧ୍ୟ ଦେଇ ୨ କିଲମିଟର ଚାଲିକି ଗଲେ ଏକ ପର୍ବତ ଗୁମ୍ଫାରେ ମାଁ ପାର୍ବତୀଙ୍କ ମନ୍ଦିର ଅବସ୍ଥିତ ଯାହାକି କେଲିଆ ମନ୍ଦିରର ଏକ ମୁଖ୍ୟ ଆକର୍ଷଣ ଅଟେ । ଏହା ଏକ ପଞ୍ଜିକୃତ କମିଟି ଦ୍ୱାର ପରିଚାଳିତ ।ଆଜିର ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ।ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତା ମେରି ନାୟକ, ତହସିଲଦାର ସନ୍ଧ୍ୟା ସମରଥ,ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର, କସାଧକ୍ଷ ଜି. ସାଇ ରାଜୁ,ସୁରେନ୍ଦ୍ର ମିଶ୍ର, ମଳୟ ବିଶାୟୀ, ଚଚରାଗୁଡା ସରପଞ୍ଚ ଧର୍ମାନନ୍ଦ ନାୟକ,ସୂର୍ଯ୍ୟ ସୁବୁଦ୍ଧି,ଭାଗିରଥି ମଝି, ପଦ୍ମ ମଝି,ଭଗବାନ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । । 0 10 Share FacebookTwitterWhatsAppEmailFacebook MessengerTelegramPrint