Share ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ବାଦିକ ଙ୍କୁ ଛୁରା ମାଡ଼,ଗୁରୁତ୍ୱର ଅବସ୍ଥାରେ ବିଶାଖାପାଟଣା… Aug 30, 2025 ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ Aug 13, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ଚନ୍ଦାହାଣ୍ଡି ବ୍ଳକ କାର୍ଯ୍ୟାଳୟ ରେ ଗୋଣ୍ଡୱାନା ଛାତ୍ର ସଂଘ ଚନ୍ଦାହାଣ୍ଡି ପକ୍ଷରୁ ୧୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଚନ୍ଦାହାଣ୍ଡି ବିଡ଼ିଓ ଶ୍ରୀ ଧର୍ମରାଜ ମାଝୀ ଙ୍କୁ ପ୍ରଦାନ କରାଗଲା । ସେହି ସବୁ ଦାବି ଗୁଡିକ ହେଉଛି ରାଜ୍ୟରେ ଅନୁସୂଚିତ ଜନଜାତି କମିଶନ ଶୀଘ୍ର ଗଠନ କରାଯାଉ ,ରାଜ୍ୟର ସମସ୍ତ ମାଡା ଗ୍ରାମ ଓ ମାଡା ଗ୍ରାମପଞ୍ଚାୟତ କୁ ଟିଏସପି(TSP) ରେ ଅନ୍ତର୍ଭୁକ୍ତ କରି ସମସ୍ତ ଟିଏସପି ଅଞ୍ଚଳ କୁ ପେସା ଆଇନ ଲାଗୁ କରିବା,ନକଲି ଆଦିବାସୀ ମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,ଗୋଣ୍ଡୱାନା ଇତିହାସ କୁ ପାଠ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଉ,ରାଜ୍ୟର ସମସ୍ତ ଜିଲ୍ଲାରେ ଆଦିବାସି ମାନଙ୍କ ପାରମ୍ପରିକ ମୁକ୍ତ ଆକାଶ ମ୍ୟୁଜିୟମ ନିର୍ମାଣ କରାଯାଉ ଏଭଳି ୧୩ ଗୋଟି ଦାବୀପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ କରିବା ସମୟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଟିକମ୍ ସିଂ ମାଝୀ ,କୁହୁଡି ସରପଞ୍ଚ ଭକ୍ତରାମ ମାଝୀ, ଗୋଣ୍ଡୱାନା ଛାତ୍ର ସଂଘ ସଭାପତି ମୁରଲୀଧର ପୂଜାରୀ,ସମ୍ପାଦକ ଗଜେନ୍ଦ୍ର ମାଝୀ ,ମଙ୍ଗଲସିଙ୍ଗ ପୂଜାରୀ,ଲଳିତ ମାଝୀ, ବିପିନ ପୂଜାରୀ ,ଅକ୍ଷୟ କୁମାର ମାଝୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । 0 10 Share FacebookTwitterWhatsAppEmailFacebook MessengerTelegramPrint