ଉପେନ୍ଦ୍ରଙ୍କ ସ୍ମୃତିରେ ଶୋକସଭା



ଦେବଗଡ (କୋଶଲ ନ୍ୟୁଜ୍):- ବାମଣ୍ଡା କଳାକାର ସଂଘ, ଦେବଗଡ ପକ୍ଷରୁ ଗତ ରାତିରେ ହୃଦଘାତ ରେ ପରଲୋକ ଗମନ କରିଥିବା ସ୍ଥାନୀୟ ଲୋକପ୍ରିୟ ନାଟ୍ଯ ଅଭିନେତା ଓ ନିର୍ଦ୍ଦେଶକ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭ୍ଯ ଓ ସଭ୍ଯାଙ୍କ ଦ୍ବାରା ସ୍ମୃତିଚାରଣ ପରେ ନୀରବ ପ୍ରାଥନା କରାଯାଇଥିଲା।

ସ୍ବର୍ଗତ ଭୋଳାନାଥ ଭଞ୍ଜ ଓ ସ୍ନେହଲତା ଭଞ୍ଜଙ୍କ  ବଡ ପୁଅ ଉପେନ୍ଦ୍ର ଭଞ୍ଜ ଜଣେ ହାସ୍ୟ କଳାକାର ରୂପେ ପରିଚିତ ଥିଲେ ମଧ୍ଯ ବିଭିନ୍ନ ନାଟକରେ ମୂଖ୍ଯ ନାୟକ ରୂପେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ଯ ଦେଇଥିଲେ। ସେ ଉତ୍ସର୍ଗ, ନବ ନାଟ୍ଯ ନିକେତନ, ନାଟ୍ଯ କଳା ସଂସଦ ଓ ବାମଣ୍ଡା କଳାକାର ସଂଘର ସକ୍ରିୟ ସଦସ୍ଯ ଥିଲେ। ସେ ଚାଇଲ୍ଡ ଲାଇନ ଓ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାମ କରିଆସୁଥିଲେ। ତାଙ୍କର ପତ୍ନୀ ଓ ଦଶ ବର୍ଷର ଏକମାତ୍ର ପୁତ୍ର ଦିବ୍ୟମ୍ (ଉଜ୍ଜ୍ବଳ ପ୍ରକାଶ) ବେସାହାରା ରହିଥିବା ବେଳେ, ତାଙ୍କ ପରିବାର ବର୍ଗ ତଥା ଏ ଦୁଃଖଦ ଘଟଣା ସାରା ଅଞ୍ଚଳବାସୀ ଙ୍କୁ ମର୍ମାହତ ଓ ଆଶ୍ଚଯ୍ୟ ଚକିତ କରିଛି ।

Comments
Loading...