ଚିକିତ୍ସାଧିନ ଅବସ୍ଥାରେ ନାବାଳକ ମୃତ

ଅନୁଗୋଳ (କୋଶଲ ନ୍ୟୁଜ୍):- ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ଅନ୍ତର୍ଗତ ଭୋଗରା ଗ୍ରାମରେ ଘଟିଛି ଏକ ଅଘଟଣ। ଗୁପ୍ତାଙ୍ଗରେ ଲାଗିଥିଲା ଆଘାତ, ଚିକିତ୍ସାଧିନ ଅବସ୍ଥାରେ ନାବାଳକର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ଯୁ ଘଟିଥିବା ଜଣାପଡିଛି । ମୃତ ନାବାଳକ ହେଲେ କିଆକଟା ଥାନା ନାକାଟିଦେଉଳ ଗ୍ରାମର ରାଜନ ପେରକଙ୍କ ୯ ବର୍ଷର ପୁଅ କାହ୍ନା ପେରକ। ସୂଚନା ମୁତାବକ , ନାକିଟି ଦେଉଳ ଗ୍ରାମର ରାଜନ ପେରକଙ୍କ ୯ ବର୍ଷର ପୁଅ କାହ୍ନା ପେରକ ମାମୁଁ ଘର ଠାକୁରଗଡ ଥାନା ଅନ୍ତର୍ଗତ ଭୋଗରା ଗ୍ରାମରେ ରହି ପାଠ ପଢୁଥିଲେ । ଗତ ୨୬ ତାରିଖ ଦିନ ୧୧ ଘଟିକା ସମୟରେ ବିଦ୍ୟାଳୟରୁ ଆସି ଖେଳୁଥିବା ବେଳେ ଏକ ବାଡ଼ି କାନ୍ହା ଙ୍କ ର ଗୁପ୍ତାଙ୍ଗ ରେ ବାଜି ଯାଇଥିଲା। ଫଳରେ ଗୁରୁତର ଅବସ୍ଥାରେ ମାମୁଁ ଘର ଲୋକ ପ୍ରଥମେ ଆଠମଲ୍ଲିକ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ସନ୍ଧ୍ୟା ସମୟରେ କାହ୍ନାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ପୁଲିସ୍ କହିଛି ।

Comments
Loading...