ପରା ଗ୍ରାମରେ କ୍ଷିତିଜ୍ୟୋତି ବିଶ୍ଵଶାନ୍ତି ମହାଯଜ୍ଞ

ଦେବଗଡ଼(କୋଶଲ ନ୍ୟୁଜ୍):- ରିଆମାଳ ବ୍ଲକ ଅନ୍ତର୍ଗତ ପରା ଗ୍ରାମର ଗୁରୁସ୍ୱାମୀ ପୂଜା କମିଟି ପକ୍ଷରୁ କ୍ଷିତିଜ୍ୟୋତି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ମାହାଙ୍ଗା ସ୍ଥିତ
କ୍ଷିତିଜ୍ୟୋତି ବିଶ୍ଵ ଭ୍ରାତୃତ୍ଵ ଦିବ୍ୟାତ୍ମା ପରିଷଦ ପରାମର୍ଶ କ୍ରମେ ପରା ଶାଖା ସଭାପତି ରଘୁନାଥ ନାଏକ ଏବଂ ସମ୍ପାଦକ ତପନ କୁମାର ନାୟକଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ଯଜ୍ଞୋତ୍ସବରେ ପୂଜକ ପଦ୍ମଚରଣ ନାଏକ ,ସହପୂଜାକ କୁମୁଦବନ୍ଧୁ ନାଏକ ତଥା ଯୋଗିନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ ସଫଳା ନାଏକ କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ଯକ୍ରମ ପ୍ରାରମ୍ଭରେ କଳସଯାତ୍ରା କରି କେଶବ ଠାକୁରଙ୍କ ବିଗ୍ରହରେ ଯଥା ବିଧି ପୂଜାର୍ଚ୍ଚନା କରାଯାଇଥିଲା। ତାପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ମହାମନ୍ତ୍ର ଜପ କରିବା ସହ ଅଷ୍ଟ ପ୍ରହରୀ ନାମ ସଙ୍କୀର୍ତ୍ତନ କରିଥିଲେ।


ସୁଶ୍ରୀ ପ୍ରଭାସିନୀ ନାଏକ ଏବଂ ସୁଜାତା ନାଏକ କେଶବ ଠାକୁରଙ୍କ ଚରମ ତଥା ଜରିଆ କୂଳିଆ ପୁସ୍ତକ ପାଠ କରିଥିଲେ।
ଶେଷରେ ଅନ୍ନପ୍ରସାଦ ସେବନ କରଯାଇଥିଲା। ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ କେଶବ ଦୀକ୍ଷିତ ଭକ୍ତ ଯୋଗଦେଇ ବିଶ୍ୱକଲ୍ୟାଣ ନିମିତ୍ତ ଆରାଧନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୁଟା ନାଏକ, ସୁରେଶ ନାଏକ, ଆରତୀ ନାଏକ, ପଦ୍ମିନୀ ନାଏକ , କଳ୍ପତରୁ ନାଏକ ସମେତ ପରା ଶାଖାର ସମସ୍ତ କେଶବ ଠାକୁର ଦୀକ୍ଷିତ ଭକ୍ତ ସକ୍ରୀୟ ସହଯୋଗ କରିଥିଲେ।

Comments
Loading...