ଔଷଧ ବ୍ୟବସାୟୀ ସଙ୍ଘର ତ୍ରୟ ବାର୍ଷିକ ବୈଠକ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ଔଷଧ ବ୍ୟବସାୟୀ ସଙ୍ଘର ତ୍ରୟ ବାର୍ଷିକ ବୈଠକ ଓ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରିଆମାଳ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମରେ ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନର ଉପସଭାପତି ତଥା ଝାରସୁଗୁଡା ସଙ୍ଘର ସଭାପତି ଶ୍ରୀ ଜୟନ୍ତ ଦୀକ୍ଷିତ ଏବଂ ଉତ୍କଳ କେମିଷ୍ଟ ଏସୋସିଏସନର ଯୁଗ୍ମ ସମ୍ପାଦକ ତଥା ବଲାଙ୍ଗୀର ଜିଲ୍ଲା ସଙ୍ଘ ର ସଭାପତି ଶ୍ରୀ ଲୋଟସ ଷଡ଼ଙ୍ଗୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଥିଲେ । ଦେବଗଡ଼ ଜିଲ୍ଲା ସଙ୍ଘ ନିର୍ବାଚନର ଶ୍ରୀ ମୋତିଲାଲ ଶର୍ମା ସଭାପତି, ଶ୍ରୀ ସରୋଜ କୁମାର ପାଢ଼ୀ ସମ୍ପାଦକ, ଶ୍ରୀ ମିତ୍ରଭାନୁ ନାୟକ କୋଷାଧକ୍ଷ, ଶ୍ରୀ ବିପ୍ର ଚରଣ ଜୟପୁରିଆ ଉପସଭାପତି, ଶ୍ରୀ ପ୍ରଦୀପ କୁମାର ସାହୁ ସର୍ବସମ୍ମତି କ୍ରମେ ଆଗାମୀ ତିନି ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ।

Comments
Loading...