ରେଙ୍ଗାଳି(କୋଶଲ ନ୍ୟୁଜ୍ ):- କଣିହାଁ ବ୍ଲକ ବାଜ୍ରକୋଟ ପଞ୍ଚାୟତ ଜନତା ଉଚ୍ଚ ବିଦ୍ୟାଳୟର ୬୧ ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ପାଲଲହଡା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନେ ଚରିତ୍ରବାନ ହେବା ସହ ସମାଜରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସାଂସଦଙ୍କ ପ୍ରତିନିଧି ନୃସିଂହ ଚରଣ ବରାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଏକାଗ୍ରତା ସହ ଅଧ୍ୟୟନ କଲେ ସଫଳତା ହାସଲ କରିପାରିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରଦୀପ ସାହୁ, ସମିତି ସଭ୍ୟ ସିମାଞ୍ଚାଲ ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ସାହୁ, ପଞ୍ଚସଖା ଶିକ୍ଷାସେତୁ ସଦସ୍ୟ ରାମଚନ୍ଦ୍ର ଜେନା, ପୂର୍ବତନ ତାମଡା ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ସର୍ବୋଚ୍ଚ ନମ୍ବର ରଖି (ଏ -୧ ) ସ୍ଥାନ ହାସଲ କରିଥିବା ବିଦ୍ୟାଳୟର ଛାତ୍ର ଶୁଭେନ୍ଦୁ ସାହୁ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ସହ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ଲମ୍ବୋଦର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶାନ୍ତ ବେହେରାଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଧାୟକଙ୍କ ଦ୍ଵାରା ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଅତିଥିଗଣ ବିଦ୍ୟାଳୟରେ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପିକା ପ୍ରିୟର୍ଶିନୀ ଭୋଇ, ଶିକ୍ଷକ ଜ୍ୟୋତିକାନ୍ତ ନାଏକ, ସୁରେଶ ସାହୁ, ଶିଶିର ମହାନ୍ତି, ଗିରିଧାରୀ ବରାଳ, ପ୍ରଶାନ୍ତ ବଳ ତଥା ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
