ତୁମୁଡିବନ୍ଧ (କୋଶଲ ନ୍ୟୁଜ):- କନ୍ଧମାଳ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାସ ବୋଷ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ପାଠଚକ୍ର ଆଜି ଦିନ ଘ.୧୧:୦୦ ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବିଶ୍ୱେଶ୍ୱର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତୁମୁଡିବନ୍ଧ ସରପଞ୍ଚ ଶ୍ରୀମତୀ ପ୍ରିୟଙ୍କା ପଡ୍ରା ଉପସ୍ଥିତ ରହିଥିଲେ ଏବଂ ଋଷିକୂଲ୍ୟା ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସମୀର ରଞ୍ଜନ ମାଇକେଲ ବିଷୟ ବିଶ୍ଳେଷକ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜ୍ବଳନ କରାଯାଇ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ସ୍ଵାଗତିକା ସାହୁ ପାଠଚକ୍ରକୁ ପରିଚାଳନା କରିଥିବାବେଳେ ଡେମନଷ୍ଟ୍ରେଟର ଦାଶରଥି ନାୟକ ସହଯୋଗ କରିଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପାଠଚକ୍ରର ବିଷୟ “ଓଡ଼ିଶାର ପ୍ରାଥମିକ ଶିକ୍ଷା ” ଉପରେ ଶ୍ରୀ ପପୁ ଵଟକର ଏବଂ ଆଦିତ୍ୟ ଦୀପ ବିଷୟବସ୍ତୁକୁ ଉପସ୍ଥାପନା କରିଥିଲେ । ଏହି ପାଠଚକ୍ରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ନକୁଳ ଉଠାଣସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ରିପୋର୍ଟ : ପ୍ରବୀଣ କୁମାର ପଟ୍ଟନାୟକ
ନେତାଜୀ ସୁବାସ ବୋଷ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ପାଠଚକ୍ର ଅନୁଷ୍ଠିତ
ଅନ୍ୟାନ୍ୟ ଖବର ପଢନ୍ତୁ
ଜିଲ୍ଲା ସମ୍ବାଦଦାତା - ଦେବଗଡ଼ [ କୋଶଲ ନ୍ୟୁଜ୍ ବ୍ୟୁରୋ - Koshalnews.In ]
Prev Post
Comments