ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଜୟନ୍ତି ଅବସରରେ ବକ୍ତୃତା ପ୍ରତିଯୋଗିତା


ଦେବଗଡ (କୋଶଲ ନ୍ୟୁଜ୍):- ଓଡ଼ିଶାର ସୁଯୋଗ୍ଯ ସନ୍ତାନ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତି ଅଗ୍ରଣୀ ନାଟ୍ୟାନୁଷ୍ଠାନ ବାମଣ୍ଡା କଳାକାର ସଂଘ, ଦେବଗଡ ଆନୁକୂଲ୍ୟରେ ସଂସ୍କୃତି ଭବନ ଅନୁଷ୍ଠିତ ହୋଇ ଯାଇଛି।
ଏଥିରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଅମାତ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ମୂଖ୍ଯ ଅତିଥି, ଓଡ଼ିଶା ସାହିତ୍ଯ ଏକାଡେମୀର ସଭ୍ଯ ଡ: ଭାରତ ଭୂଷଣ ନନ୍ଦ ମୂଖ୍ଯ ବକ୍ତା, ବରିଷ୍ଠ ନାଟ୍ଯ ନିର୍ଦ୍ଦେଶକ ମାର୍କଣ୍ଡେଶ୍ଵର ଶତପଥି,ଅନୁଷ୍ଠାନର ପରାମର୍ଶଦାତା ତଥା ଓଡ଼ିଶା ସଙ୍ଗୀତ ଓ ନାଟକ ଏକାଡ଼େମୀର ସଭ୍ଯ ହେମନ୍ତ କୁମାର ମହାପାତ୍ର, ଜିଲ୍ଲା ସାଂସ୍କୃତିକ ପରିଷଦ ର ସଂଯୋଜକ ଦିଲୀପ କୁମାର ଗୁରୁ, ବାମଣ୍ଡା କଳାକାର ସଂଘର ସହ ସଂପାଦକ ସୁଶାନ୍ତ କୁମାର ନନ୍ଦ ମଞ୍ଚାସୀନ ହୋଇ ଥିଲା ବେଳେ ନାଟ୍ଯକାର କୁମୁଦଚନ୍ଦ୍ର ଶତପଥୀ ମଞ୍ଚ ସଞ୍ଚାଳନ କରିଥିଲେ।
ଅମର ସଂଗ୍ରାମୀ ଦ୍ବୟଙ୍କୁ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ ପରେ ଧରଣୀଧର ମଧ୍ଯ ଇଂରାଜୀ ବିଦ୍ୟାଳୟର ଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ସଙ୍ଗମ ଆଣ୍ଡ ସଙ୍ଗମର କଳାକାରମାନେ ଏକ ଲୋକନୃତ୍ଯ ପରିବେଷଣ କରିଥିଲେ। ଏହାପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ବରିଷ୍ଠ ବର୍ଗରେ ସରସ୍ବତୀ ଶିଶୁମନ୍ଦିର, ଦେବଗଡର ଲିସା ଭୋଇ ପ୍ରଥମ, ଶୁଭ୍ରଜୌତି ଆବାସିକ ବିଦ୍ୟାଳୟର ଦୁଇଜଣ ସୁଶ୍ରୀ ସୋନାଲିସା ଦାସ ଦ୍ବିତୀୟ ଓ ଆଦର୍ଶ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ବର୍ଗରେ ନୋଟରି ଡାମ ସ୍କୁଲର ସାଇ ମନୋଜ୍ଞା ସାମଲ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ଦେବସ୍ମୀତା ପ୍ରଧାନ ଦ୍ବିତୀୟ ଓ ଶୁଭ୍ରଜୌତି ଆବାସିକ ବିଦ୍ୟାଳୟର ଆୟୁଷ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବିଚାରକ ଭାବେ ନାଟ୍ଯକାର ହିମାଂଶୁ ଶେଖର ପ୍ରଧାନ, ନାଟ୍ଯକାର ରଞ୍ଜିତ କୁମାର ଶତପଥୀ ଓ
ଢୋଲପଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ରୋମିଓ ମହାପାତ୍ର ଓ ଉପେନ୍ଦ୍ର ଭଞ୍ଜ ପରିଚାଳନା କରିଥିବା ବେଳେ ଅବନୀ କାନ୍ତ ମିଶ୍ର, ଗୀତା ତିୱାରି, ସ୍ବାଗତ ନନ୍ଦ, ଶୁକଦେବ ଭଞ୍ଜ, ତେମିଓ ରଞ୍ଜନ, ପ୍ରୀତମ ବେହେରା, ମନୋରଞ୍ଜନ ନାୟକ, ଶ୍ରବଣ କୁମାର ନାୟକ, ସୁଜାତା ବେହେରା ପ୍ରମୁଖ ସହଯୋଗ କରିଥିଲେ।

Comments
Loading...