ଅନୁଗୋଳ (କୋଶଲ ନ୍ୟୁଜ୍) ଆ
ଜି ଅପରାହ୍ନ ୪ଘଟିକା
ସମୟ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ),ରାସୋଳ ସଂଗଠନ ତରଫରୁ ଅନୁଗୋଳ ସ୍ଥିତ ମାନବ ସେବାଶ୍ରମ ର ଆଶ୍ରୟ ନେଇଥିବା ପ୍ରାୟ ୨୦ ରୁ ଅଧିକ
ପିଲା ମାନଙ୍କ ପାଇଁ ବ୍ୟବହାର ଯୋଗ୍ୟ ବସ୍ତ୍ର ବଣ୍ଟନ କରାଯିବା ସହିତ ପିଲା ମାନଙ୍କୁ ବିସ୍କୁଟ ପ୍ରଦାନ କରାଯାଇଛି।
ବୟୋଜ୍ୟେଷ୍ଠ ପୁରୁଷ ମାନେ ନିଜ ପାଇଁ ସାର୍ଟ ମଧ୍ୟ ସାଦରେ ଗ୍ରହଣ କରିବା ସଂଗଠନ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।ମାନବ ସେବାଶ୍ରମ ର ମୁଖ୍ୟ ଡ:ଚିନ୍ମୟୀ ଦାସଙ୍କ ଉପସ୍ଥିତି ରେ ସଂଗଠନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଭୁ ଶତପଥୀ ଓ ସଭାନେତ୍ରୀ ଶ୍ରୀମତି ନିରୁପମା ମିଶ୍ର ଏତାଦୃଶ ଦାନ କାର୍ଯ୍ୟକୁ ସମ୍ପାଦିତ କରିଥିଲେ।

ପ୍ରକାଶ ଥାଉ କି ମାନବ ସେବାଶ୍ରମ/ଅନୁକନ୍ଧ ଜରାଶ୍ରମ ରେ ପିଲା ଠାରୁ ବୟସ୍କ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଅସହାୟ ପୁରୁଷ ଓ ମହିଳାମାନେ ରହୁଥିବା ବେଳେ ସରକାରୀ ଅନୁଦାନ ରାଶି କିଛି ମିଳେ ନାହିଁ।
ନିଜେ ଚିନ୍ମୟୀ ଦାସ ମାଗି ଯାଚି ହେଉ ଅବା ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସବୁରି ମୂହଁରେ ଦାନା ଏବଂ ସବୁରି ଦେହ ରେ କନା ଟିକେ ଦେଉଛନ୍ତି। ସ୍ବାର୍ଥପର ଦୁନିଆଁ ରେ ଯେତେବେଳେ କେହି କାହାର ନୁହେଁ ଏକ ଵିରଳ ଜ୍ଵଳନ୍ତ ଉଦାହରଣ ସ୍ୱରୂପ ଡଃ: ଚିନ୍ମୟୀ ଦାସ ଅସହାୟ ମାନଙ୍କର ମାଆ ବାପା ସାଜି ନିଃସ୍ଵାର୍ଥପର ଭାବେ ସେମାନଙ୍କର ସେବା କରିଵା ସହିତ ଆଶ୍ରୟ
ନେଇଛନ୍ତି ।