ଢେଙ୍କାନାଳ (କୋଶଲ ନ୍ୟୁଜ୍):- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ପିତଳ ଧୂଆଁ ଗ୍ରାମ ଏକ ଛାତି ଥରି ଗଲାଭଳି ହତ୍ୟାକାଣ୍ଡ ଘଟିଯାଇଛି। ଆଜି ସକାଳ ସମୟରେ ସେହିଗ୍ରାମର ଦାମୋଦର ବାଡ଼ ଦେଇଁ ଏକ ଧନୁ ତିର ସାହାଯ୍ୟରେ ସେହିଗ୍ରାମ ର ସିନ୍ଧୁ ଶିଙ୍କୁ ନାମକ ବୃଦ୍ଧାଙ୍କୁ ତିର ବିନ୍ଧି ହତ୍ୟା କରିଛି। ସୂଚନା ମିଳୁଛି ଦାମୋଦର ତାଙ୍କର ସମ୍ପର୍କୀୟ ପିଉସୀ ସିନ୍ଧୁ ଶିଙ୍କୁ ତାଙ୍କୁ ଗୁଣିଗାରେଡି କରୁଛି ବୋଲି ସନ୍ଦେହ କରି ଆସୁଥିଲା। ସେଥିପାଇଁ ସେ ହତ୍ୟା କରି ଫେରାର ହୋଇ ଯାଉଥିବା ବେଳେ ମାଡ଼ି ବସିଲା କଙ୍କଡ଼ାହାଡ଼ ପୋଲିସ। ସାଙ୍ଗେ ସଙ୍ଗେ ପୋଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି।
