ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ବରଡାନାଳୀ ଗ୍ରାମର କାର୍ତ୍ତିକେଶ୍ବର ପୂଜା ଉଦଯାପିତ ହୋଇଯାଇଛି। କାର୍ତ୍ତିକେଶ୍ବର ପୂଜା କମିଟିର ସଭାପତି ଶୁଶାନ୍ତ ମାଝୀ ଓ ସମ୍ପାଦକ ପ୍ରଦୀପ କୁମାର ସାହୁଙ୍କ ତତ୍ବାବଧାନରେ କର୍ତ୍ତା ଲକ୍ଷ୍ମଣ ସାହୁ ଓ ତାଙ୍କ ଧର୍ମପତ୍ନୀ ରହିଥିବା ବେଳେ ପୂଜକ ନିଳମଣୀ ଆଚାର୍ଯ୍ୟ ମନ୍ତ୍ରପାଠ କରିଥିଲେ। ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା କାର୍ତ୍ତିକେଶ୍ବର ପୂଜା ଆଜି ଉଦଯାପିତ ହୋଇଯାଇଛି। ପ୍ରତ୍ୟେକ ଦିନ ମହା ଆଡ଼ମ୍ବର ସହ ନାମ ସଂକୀର୍ତ୍ତନ ସାଙ୍ଗକୁ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଥିଲା ପୂଜା ମଣ୍ଡପ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃତ୍ୟ ପ୍ରତିଯୋଗିତା ସାଜିଥିଲା ମୁଖ୍ୟ ଆକର୍ଷଣ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ବିନାୟକ ବେହେରା ଯୋଗଦେଇ ମଞ୍ଚାସିନ କରିଥିବା ବେଳେ ନିଲେଶ ଅନିରୁଦ୍ଧ ନାୟକ ଙ୍କ ସୁନ୍ଦର ଉପସ୍ଥାପନା ଦର୍ଶକଙ୍କୁ ବେସ୍ ଆକର୍ଷଣ କରିଥିଲା।

ଏ ବର୍ଷର ନୃତ୍ୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନରେ ରୀତା ବେହେରା ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ମିତା ବେହେରା ଓ ତୃତୀୟ ସ୍ଥାନରେ ରାନୀ ରାଜହଂସ ରହିଥିଲେ। ଏହି ନୃତ୍ୟ ପ୍ରତିଯୋଗିତାରେ ଚଳିତ ବର୍ଷ ୬୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ଓ କାର୍ତ୍ତିକେଶ୍ବର ପୂଜା କମିଟିର ସଭାପତି ଙ୍କ ଦ୍ଵାରା ପୁରସ୍କାର ରାଶି ସହିତ ପ୍ରମାଣପତ୍ର ଦେଇ ପୁରସ୍କାର ବିତରଣ କରା ଯାଇଥିଲା । ଏ ବର୍ଷର ଶ୍ରେଷ୍ଠ କଳାକାର ଭାବେ ଆଶିଷ ଗୁମାନସିଂ ଙ୍କୁ ମନୋନୀତ କରି ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ସହିତ ପ୍ରମାଣପତ୍ର ଦେଇ ଯୁବ ସାମ୍ବାଦିକ ତଥା ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାର୍ତ୍ତିକେଶ୍ବର ପୂଜା କମିଟିର ସମସ୍ତ ମେମ୍ବର ଓ ଗ୍ରାମବାସୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଦୀପ କୁମାର ସାହୁଙ୍କ ଲାଇଟ୍ ଓ ତୋରଣ ମାଳା ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। କାର୍ଯ୍ୟକ୍ରମ ଶେଷରେ କାର୍ତ୍ତିକେଶ୍ବର ପୂଜା କମିଟିର ସଭାପତି ଶୁଶାନ୍ତ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।