ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଦୁର୍ଘଟଣା l ତୁମୁଡିବନ୍ଧ ସ୍ଥିତ ବୁଡ଼ାପଡା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଏକ ବ୍ୟକ୍ତି କୌଣସି ନିଜର ବ୍ୟକ୍ତିଗତ କାଯ୍ୟ ରେ ତୁମୁଡିବନ୍ଧ ଠାରୁ ମେଡିକାଲ ଛକ କୁ ଆସୁଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ ମେଡିକାଲ ଛକ ମଧ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଆଜି ସକାଳ ୪ଟା ସମୟରେ ଏକ ଅଜଣା ଗାଡି ଧକାଦେଇ ଚାଲିଯାଇଥିଲା l ଅଜଣା ଗାଡି ଧକାରେ ସୂର୍ଯ୍ୟ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ ଫଳରେ ସୂର୍ଯ୍ୟ ଙ୍କର ମୁଣ୍ଡରେ ଶକ୍ତ ମାଡ଼ ହୋଇଥିବାରୁ ପ୍ରଥମେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି l
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ
