ବର୍ଷ ଏକ ଉପଲବ୍ଧ ଅନେକ, ବାର୍ତ୍ତା ନେଇ ତୁମୁଡିବନ୍ଧ ପଂଚାୟତରେ ବିକାଶ ବାହାନ।ନୂତନ ଭତ୍ତା, ମନରେଗାର ଜବ କାର୍ଡ଼ ଓ ଚାରା ବଣ୍ଟନ

ତୁମୁଡ଼ିବନ୍ଧ(କୋଶଲ ନ୍ୟୁଜ୍)ବର୍ଷ ଏକ ଉପଲବ୍ଧି ଅନେକ ବାର୍ତ୍ତା ନେଇ ବିକାଶ ବାହାନ ସଚେତନ ରଥ କନ୍ଧମାଳ ଜିଲ୍ଲା ତୁମୁଡ଼ି ବନ୍ଧ ବ୍ଳକର ତୁମୁଡିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟର ପରିସରରେ ଆଜି ପୂର୍ବାହ୍ନରେ  ପହଞ୍ଚିବା ପରେ ସେହି ରଥକୁ ସରପଞ୍ଚ ପ୍ରିୟଙ୍କା ପଡରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଘନେଶ୍ବର ଦିଗାଳ ,ଏମ ବି କେ ତପଇ ମଣ୍ଡଳ, ସି ଆର ପି ସି ଏମ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଶୁଭ କଳସ, ଧୂପ ଦୀପ ଜାଳି ନଡ଼ିଆ ଭାଙ୍ଗି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହା ପରେ ଏକ ସାଧାରଣ ସଭା କାର୍ଯ୍ୟ କରାଯାଇ ଉପସ୍ଥିତ ଜନତାଙ୍କୁ ମୋହନ ସରକାରଙ୍କର ଏକ ବର୍ଷ  ପୂର୍ତ୍ତି ଉପଲବ୍ଧି ଅନେକ ବିଷୟକୁ ଅଧିକାରୀ ମାନେ ବୁଝାଇ ଥିଲେ।ଏହି ଅବସରରେ ନୂତନ ଭାବରେ ଭତ୍ତା, ମହିଳା ମାନଙ୍କୁ ମନରେଗାର ଜବ କାର୍ଡ଼,  ଗାଁ ସାଥୀ ମାନଙ୍କୁ ନୂତନ ପ୍ରକଳ୍ପ ର କାର୍ଯ୍ୟା ଦେଶ, ବନ ବିଭାଗ ପକ୍ଷରୁ ବନପାଳ ଦେବାଶିଷ ଚୌଧୁରୀ ଏବଂ ବନବିଭାଗର କର୍ମଚାରୀ ଦ୍ଵାରା ଅଣା ଯାଇଥିବା ପ୍ରାୟ ଏକଶହ ଚାରା ବଣ୍ଟନ କରା ଯାଇଛି। ଏହି କାର୍ଯ୍ୟକ୍ରମ ରେ ନୋଡାଲ ଅଧିକାରୀ ତୁମୁଡିବନ୍ଧ ବ୍ଳକ ବି ପି ଏମ ଅକ୍ଷୟ କୁମାର ପ୍ରଧାନ, ବି ଏଲ ସି ବାଦଲ କୁମାର ପ୍ରଧାନ ଓ ଏ ଡି ଓ ମହାନ୍ତି ପାଲଟା ସିଂ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...