ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଦିନ ଦୁଇ ପହରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଭିତରେ ଦେଖିବାକୁ ମିଳିଛି ଏକ ଅଭବନୀୟ ଘଟଣା l ତୁମୁଡିବନ୍ଧ ବ୍ଲକ ର କରକୁଡୁପା ପାଞ୍ଚାୟତ ର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ସୁରକ୍ଷା ବାହାନ ରେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ କିନ୍ତୁ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ବା ପରେ ପ୍ରାୟ ୩୦ ମିନିଟ ହେବ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ହିଁ ଜନନୀ ଗାଡ଼ି ଭିତରେ ପ୍ରସବ ଯନ୍ତ୍ରଣା ରେ ଛଟ ପଟ ହୋଉଥିବା ଦେଖିବାକୁ ମିଳିଛି ନା ଆସିଥିଲେ ମହିଳାଙ୍କ ଗ୍ରାମର ଆଶା ଦିଦି ନା ଆସିଥିଲେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦାୟିତ୍ୱ ଥିବା କର୍ମଚାରୀ ? ଶେଷରେ ମହିଳା ଜଣକ ଅନ୍ତ ବିଭାଗ ସାମନାରେ ହିଁ ଜନନୀ ବାହାନ ଭିତରେ ଏକ ସନ୍ତାନ ପ୍ରସବ କରିଥିଲେ l ଏହି ବାବଦରେ କାର୍ଯ୍ୟରତ ଷ୍ଟାଫ ନର୍ସ ଙ୍କୁ ଆମ ପ୍ରତିନିଧି ପଚାରିଥିଲେ ଏଭଳି ଅବ୍ୟବସ୍ଥା କଣ ପାଇଁ ହେଉଛି କିନ୍ତୁ ସିଧା ସଳଖ ଷ୍ଟାଫ ନର୍ସ ରଶ୍ମିତା ନାୟକ ଉତ୍ତର ରଖିଥିଲେ ମହିଳା ଙ୍କ ର ଯଦି କେହି ନାହାନ୍ତି ଆମେ କିଛି କରିପାରିବୁନି କଣ କେହି ସମ୍ପକୀୟ ନାହାନ୍ତି ଏଭଳି ଅମାନୁଷିକ ଉତ୍ତର ରଖିବା ଏବଂ ଜଣେ ନାରୀ ହୋଇ ଅନ୍ୟ ଏକ ନାରୀକୁ ପ୍ରସବ ବେଦନା ପାଉଥିବା ବେଳେ ସାହାଯ୍ୟର ହାତ ନ ବଢାଇବା ଏଠି ସ୍ପଷ୍ଟ ଜଣା ପଡ଼ୁଛି ସେ କିଭଳି ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଜର ଦାଇତ୍ୱ ତୁଲାଉଥିବେ | ଆମ ପ୍ରତିନିଧି ସେହି ସ୍ଥାନରୁ ଡାକ୍ତର ଙ୍କୁ ଯୋଗାଯୋଗ କରିବାରୁ ଖବର ପାଇ ଅବିଳମ୍ବେ ଡାକ୍ତର ରାହୁଲ ଦେବ ପହଞ୍ଚି ମହିଳା ଏବଂ ଛୁଆ କୁ ପ୍ରସବ ଗୃହ ଭିତରକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ | ଏଠି ପ୍ରଶ୍ନ ଉଠୁଛି ସାଧାରଣ ଗରିବ ଶ୍ରେଣୀର ଲୋକଙ୍କୁ ଚିକତ୍ସା ରେ ଜାଣି ଶୁଣି ଅବହେଳା କରିବା ଏବଂ ଗଣ ମଧ୍ୟମକୁ ପ୍ରଶ୍ନ ପଚାରିଲେ ଅସନ୍ତୋଷ ଉତ୍ତର ଦେବା ଏଭଳି ଘଟଣା ଏକ ଦୁର୍ଭାଗ୍ୟ ଜନକ ବୋଲି ଚର୍ଚ୍ଚା ହୋଇଛି l ତେବେ ଖବର ପ୍ରସାରିତ ହେଲା ପରେ ଉପରିସ୍ଥ ଅଧିକାରୀ ଏହି ମହିଳା କର୍ମଚାରୀ ଙ୍କ ଉପରେ କିଭଳି ପଦକ୍ଷେପ ନଉଛନ୍ତି ତାହା ଦେଖିବାକୁ ବାକି ରହିଲା l
ରିପୋର୍ଟ ତୁମୁଡିବନ୍ଧ ପ୍ରବୀଣ କୁମାର ପଟ୍ଟନାୟକ