ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):- ସର୍ବଦା କୌଣସି ସମାଜ ମଙ୍ଗଳ କାର୍ଯ୍ୟକ୍ରମ ହେଉ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମକୁ ଆଗୁଆ ଭାବରେ ସମ୍ପନ୍ନ କରି ନିଜ ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ l ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱ ରେ ଆଜି ଶୁକ୍ରବାର ଦିନ ପୂର୍ବାହ୍ନରେ ଏକ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଗୁଆ ଭାବେ ଆୟୋଜିତ ହୋଇଯାଇଛି l ୬ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ଆମ୍ବେଦକର ଛକ ପ୍ରାୟ 3କି. ମି ରାସ୍ତା ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଯାଇଥିଲେ l ଏହି ଅବସରରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଘରକୁ ଘର ଯାଇ ତ୍ରିରଙ୍ଗା ପତାକା ବଣ୍ଟନ କରିଥିବା ବେଳେ ତୁମୁଡିବନ୍ଧ ଆମ୍ବେଦକର ଛକ ସ୍ଥିତ ସମସ୍ତ ଘରେ ଓ ଦୋକାନରେ ରେ  ଲୋକ ମାନଙ୍କ ମଧ୍ୟରେ ଏକ ଦେଶାତ୍ମବୋଧ ମନୋଭାବ ସୃଷ୍ଟି କରିବାର ଏକ ପ୍ରୟାସ ମଧ୍ୟ କରିଥିଲେ l ଏହି ଶୋଭାଯାତ୍ରା ରେ ଅଧ୍ୟାପକ ଡକ୍ଟର ସତ୍ୟ ପାଣିଗ୍ରାହୀ, ଆଶିଷ ମଲ୍ଲିକ ଅଧ୍ୟାପିକା ଡକ୍ଟର ମଞ୍ଜୁଳା ମହାପାତ୍ର, ପଦ୍ମାବତୀ ସାହୁ ଓ ଅଣଶିକ୍ଷକ କର୍ମଚାରୀ ସଞ୍ଜୟ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ପଦଯାତ୍ରା କୁ ସଫଳ କରିଥିବା ଦେଖିବାକୁ ମିଳିଥିଲା l

ରିପୋର୍ଟ ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...