ତୁମୁଡିବନ୍ଧ(କୋସଲ ନ୍ୟୁଜ୍) କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସ୍ଥିତ ଗ୍ରାମ ପୁନଃ ନିର୍ମାଣ ସଂସ୍ଥା ତରଫରୁ ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତ ରେ ବହୁବିଧି ଉନ୍ନତି ପାଇଁ ୧୯୮୮ ମସିହା ଠାରୁ କାର୍ଯ୍ୟ କରି ଆସୁଅଛି l ବର୍ତମାନ ତୁମୁଡିବନ୍ଧ ପଞ୍ଚାୟତର ବେନାରବାହାଲ ଗ୍ରାମ ନିକଟରେ ଛାତ୍ରୀ ମାନଙ୍କ ନିମନ୍ତେ ତାଲିମ ବିକାଶ କେନ୍ଦ୍ର ଚାଲୁ ରହିଛି l ଏହି ଗ୍ରାମ ବ୍ୟତୀତ ଅନ୍ୟ ଚାରୋଟି ଗ୍ରାମରେ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟ ନେଇ ଅନେକ ଧନ୍ଦା ମୂଳକ ଶିକ୍ଷା ଶିକ୍ଷା ଭି.ଆର.ଓ ସଂସ୍ଥା ତରଫରୁ ପ୍ରଦାନ କରାଯାଇଛି l ତୁମୁଡିବନ୍ଧ ବ୍ଲକରେ ଦୀର୍ଘ ବର୍ଷ ଧରି ଅଞ୍ଚଳର ବିଭିନ୍ନ ଉନ୍ନତି କାର୍ଯ୍ୟ କରିଆସିଛି l ଏହି ସଂସ୍ଥା ନିକଟସ୍ତ ମୁଣ୍ଡିଗଡ଼, ମାଡଗୁଡା, ଲହରାସାହି, ଆଲିପୁର ଭଳି ଗ୍ରାମ ଗୁଡିକରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ମହିଳା ଓ ଯୁବତୀ ମାନଙ୍କୁ ଫିନାଇଲ ପ୍ରସ୍ତୁତି, କପଡା ରେ ବିଭିନ୍ନ ପ୍ରକାର ଡିଜାଇନ ରେ ସିଲେଇ ଭଳି ଅନେକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିଆସୁଛି l ଏଠାରେ ଶିକ୍ଷା ଲାଭ ପରେ ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ନିଜନିଜ ପ୍ରମାଣ ପତ୍ର ପ୍ରଦାନ କରାଯାଇଥାଏ l ଚଳିତ ବର୍ଷ ମୋଟ ୫ଟି କେନ୍ଦ୍ରରେ ୨୦ଜଣ ଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ତୁମୁଡିବନ୍ଧ କେନ୍ଦ୍ର ର ସଂଯୋଜିକା ଶ୍ରୀମତୀ ମେନକା ପରିଡା ଙ୍କ ସଭାପତିତ୍ୱ ରେ ଛାତ୍ରୀ ମାନଙ୍କୁ ବାର୍ଷିକ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଂସ୍ଥା ର ଆଞ୍ଚଳିକ ପ୍ରବନ୍ଧକ ଫାଦାର ଜର୍ଜ ଆନ୍ତନି, ପ୍ରଜେକ୍ଟ ମ୍ୟାନେଜର ମିଷ୍ଟର କମଳାକାନ୍ତ ରାଜ, ଫାଇନାନ୍ସ ମ୍ୟାନେଜର ପିଟର ବସ୍କୋ, ସଂମ୍ମାନିତ ଅତିଥି ଭାବେ କେନ୍ଦ୍ରର ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ପତ୍ର, ଏକ୍ସପୋର୍ଟ ଗରମେଣ୍ଟ ସଂସ୍ଥାର ସୁବାସ ନାୟକ, ଫାଦର ପନିର ମୁଖ୍ୟ ଦକ୍ଷତା ବିକାଶ କେନ୍ଦ୍ରର ୨୦ ଜଣ ଶିକ୍ଷାର୍ଥୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି ସଂସ୍ଥା ର ସଂଯୋଜିକା ମେନକା ପରିଡା ସଭା ପରିଚାଳନା କରିଥିବା ବେଳେ ଆଞ୍ଚଳିକ ନିର୍ଦେଶକ ଫାଦର ଜର୍ଜ ଆଣ୍ଟନି ଓ ପୁଷ୍ପଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ ରିପୋର୍ଟ