ବାଲିଗୁଡା (କୋଶଲ ନ୍ୟୁଜ୍) ଜି ଉଦୟଗିରୀ ଏନଏସିର କାର୍ଯ୍ୟନିର୍ବାହି ଅଧିକାରୀ ଆଶୁତୋଷ ଗୌରବ କରଙ୍କ ବିରୋଧରେ ଅଭିଯୋଗ ଆଣିଲେ ୯ ଜଣ କାଉଁସିଲର l ଏହାକୁ ନେଇ ଉପଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନଙ୍କୁ ବାଲିଗୁଡାରେ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ ଏହି ଜି ଉଦୟଗିରି ଏନଏସିରେ ସାନିଟେସନ କାର୍ଯ୍ୟକୁ ନେଇ ଏକ ଟେଣ୍ଟର ଡାକିଥିଲେ କିଛିଦିନ ତଳେ ଯାହାକି ଏନଏସିର ରେଜୁଲେସନ ନାହିଁ,ତାର କୌଣସି ପ୍ରକାର ବଜେଟ ନାହିଁ ସବୁ ଇଲିଗାଲ କାର୍ଯ୍ୟ ହେଇଛି ଯାହାକି ସରକାର ନିୟମ ଓ ନିର୍ଦ୍ଦେଶକୁ ଭାଉଲେଟ କରୁଛି ତେଣୁ ଆମେ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଲୁ ଓ ଏହା ପୂର୍ବରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଅଛନ୍ତି ତାଙ୍କୁ ବି ଲିଖିତ ଅଭିଯୋଗ ଦେଲୁ ବୋଲି କହିଛନ୍ତି କାଉସିଲର ତଥା ପୂର୍ବତନ ଅଧକ୍ଷ ପି ସଂଜିବ ପାତ୍ର । କାଉଁସିଲର ପି ସଂଜିବ ପାତ୍ରଙ୍କ ସମେତ ଜାକେସ୍ କୁମାର ପ୍ରଧାନ,ଦିପକ କୁମାର ନାୟକ,ଲକ୍ଷ୍ମପ୍ରିୟା ପରିଛା, କୁନ୍ତିମା ମଳିକ,ଲିପିକା ପ୍ରଧାନ,ସଙ୍ଗିତା ନାୟକ,ନିଶାରଣି ନାୟକ, ଓ ଭାରତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ନେଇ ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ରିପୋର୍ଟ -ସାମୁଏଲ ପ୍ରଧାନ
