ଧୋକେ ବାଜ ଓଟ ମାଲିକଛୋଟା ଓଟ ବୋଲି ତଡ଼ା ମାରିଲା

ବାଲିଗୁଡ଼ା(କୋଶଲ ନ୍ୟୁଜ୍):-ରୋଗୀଣି ଓଟ ବୋଲି  ଛାଡ଼ି ଚାଲିଗଲା ସ୍ୱାର୍ଥପର ଓଟ ମାଲିକ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତର ସଲାଗୁଡା ଗାଁରେ ଅସୁସ୍ଥ ହୋଇ ପଡ଼ି ରହିଥିବା ଏକ ନିରୀହ  ଓଟ l ସେ ରାଜ୍ୟ ରୁ ରାଜ୍ୟ ଚାଲି ଚାଲି ଲୋକଙ୍କୁ ଭିକ୍ଷା ମାଗି ମାଲିକକୁ ବଞ୍ଚିବା ପାଇଁ ଖାଦ୍ୟ ଯୋଗାଉଥିଲା l କିନ୍ତୁ ସ୍ୱାର୍ଥ ପର ମଣିଷଟି  ଓଟର  ଗୋଡ଼ ଭାଙ୍ଗି ଯିବାରୁ ଅଧା ବାଟରେ ଛାଡ଼ି ଦେଇ ଏକୁଟିଆ ଚାଲିଗଲ l ଫଳରେ  ଅସୁସ୍ଥ ଓଟ ଟି ବିଲ ମଝିରେ  ପଡ଼ି ରହିଛି l ସ୍ଥାନୀୟ ଗ୍ରାମ ବାସି ଓଟ ଟିକୁ  ଖାଇବା ପିଇବା ଦେଉଥିବା ବେଳେ ଉତ୍ତମ ଚିକିତ୍ସା ଦେବା ତାଙ୍କ ପାଖରେ ସମ୍ଭବ ନାହିଁ l ସ୍ଥାନୀୟ ପ୍ରଶାସନ ଓଟ ଟିକୁ ଉଦ୍ଧାର କରି ଉତ୍ତମ ଚିକିତ୍ସା ଯୋଗା ନନ୍ଦନକାନନ ରେ ଥଇଥାନ କରିବା  ସହ ଏଭଳି ଅମାନୁଷିକ ଓଟ ମାଲିକ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଗ୍ରାମ ବାସି ଦାବି କରିଛନ୍ତି l

ରିପୋର୍ଟ -ସାମୁଏଲ ପ୍ରଧାନ

Comments
Loading...