ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)-ମାଣ୍ଡିଆ ଏକ ପାରମ୍ପରିକ ଶସ୍ୟ।ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପୁଷ୍ଟିକର ଅଟେ।ଏହି ମଣ୍ଡିଆରେ ତିଆରି ପାରମ୍ପରିକ ଖାଦ୍ୟକୁ ସାର୍ଵ ଜନିନ କରିବା ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ରୋଜଗାର କ୍ଷମ ହେବା ନେଇ ସରକାର ଏହି ପ୍ରତିଯୋଗିତା ମାଧ୍ୟମରେ ଉସ୍ଛାହ ବଢାଇବା ମୂଳ ଲକ୍ଷ୍ୟ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ପରିସରରେ ସୁଭଦ୍ରା ଶକ୍ତି ବ୍ଳକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆଜି ବୁଧବାର ସକାଳେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଟିକୁ ତୁମୁଡିବନ୍ଧ ବି ପି ଏମ ଅକ୍ଷୟ କୁମାର ପ୍ରଧାନ ପରିଚାଳନ କରିଥିଲେ।ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି, ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ବି ଡି ଓ ବନବିହାରି ହରପାଲ ,ବ୍ଳକ ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବ୍ଳକ ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ତୁମୁଡିବନ୍ଧ ସି ଡି ପି ଓ ଲତା ଦିଗାଲ ,ବି ଏଲ ସି ବାଦଲ ପ୍ରଧାନ, ସଞ୍ଜୟ କୁମାର ପାତ୍ର, ଭାରପ୍ରାପ୍ତ ବି ପି ସି ବାବୁଲି ନାୟକ, ସମସ୍ତ ଏମ ବି କେ, ସି ଆର ପି ସି ଏମ ଓ ଆଇ ସି ଡି ଏସ ସୁପର ଭାଇଜର ମାନେ ଉପସ୍ଥିତ ଥିଲେ।ତୁମୁଡିବନ୍ଧ ବ୍ଳକ୍ରର ୧୧ଗୋଟି ପଂଚାୟତର ୩୦ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟମାନେ ମାଣ୍ଡିଆ ଦ୍ୱାର ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଥିଲେ। ସେଗୁଡିକ ହେଲା ବିଭିନ୍ନ ପ୍ରକାରର ପିଠା, ବରା, ଗୁଲୁଗୁଲା, ଚକୁଳି, ଉପମା, ପିଆଜି, ପକୁଡ଼ି, ଦହିବାର ,ହାଲବା, ପୋଢ଼ପିଠା,କ୍ଷୀରି, କେକ୍ ,ଲଶି ,ଯୁସ ଏହିଭଳି ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି କରିଥିଲେ। ସେହି ସୁସ୍ଵାଦ ଖାଦ୍ୟକୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଲୋକ ମାନେ ବୁଲି ବୁଲି ଖାଇ ଚାଖି ସୁସ୍ଵାଦ ଥିବା ନେଇ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଅତି ସ୍ୱାଦ ଭାବରେ ଖାଦ୍ୟ ପ୍ରସ୍ତୁତ କରିଥିବା ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁଚିହ୍ନଟ କରାଯାଇଛି।ଏହା ପରେ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ମାନ ପତ୍ର ପ୍ରଦାନ କରାଯାଇଛି। *ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ*
