ବାଲିଗୁଡ଼ା-କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଆଦର୍ଶ ବିଦ୍ୟାଳୟ କୁଡୁତୁଲି ଠାରେ ଶ୍ରୀ ଅନ୍ନ ଓ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ସମ୍ନାନିତ ଅତିଥିଭାବେ ବ୍ଲକ ଉପାଦକ୍ଷ୍ୟ ଧବଳେଶ୍ୱର ପାତ୍ର,ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ, ସବୁଜ ସବୁଜ ବୈଦ ସଂଗଠନ ସମ୍ପାଦକ ଦିନବନ୍ଧୁ ମହାରଣା, ପ୍ରିନ୍ସପାଲ ଚିକୁନ ବେହେରା ଯୋଗ ଦେଇ ଥିଲେ l ବ୍ଲକ ସଂଯୋଜକ ଆସିକ ରଞ୍ଜନ ନାୟକ ଅତିଥି ଙ୍କୁ ସ୍ୱାଗତ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ମାଣ୍ଡିଆରେ ତିଆର ସମସ୍ତ ଖାଦ୍ୟ ପ୍ରଦର୍ଶନ କରାଯିବା ସହ ମାଣ୍ଡିଆର ଉପକାରିତା ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସୂଚନା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ,ଶ୍ରୀପାଳିନୀ ସ୍ଵୟଂ ସହାୟିକା ଗୋଷ୍ଠୀ, ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଆଶିକ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ -ସାମୁଏଲ ପ୍ରଧାନ
