ତୁମୁଡିବନ୍ଧ (କୋସଲ ନ୍ୟୁଜ୍) କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବନାଞ୍ଚଳ ଅନ୍ତର୍ଗତ ସିର୍ଲା ଗ୍ରାମ ଜଙ୍ଗଲରେ ଦେଖିବାକୁ କିଲିଛି ଏହିଭଳି ଲୋମହର୍ଷ କାରି ଦୃଶ୍ୟ l ଘଟଣାରୁ ପ୍ରକାଶ ଯେ ରବିବାର ଦିନ ସକାଳୁ ଉଠି ନିଜର ନିତ୍ୟ କର୍ମ ସାରି ବାହାରିଥିଲେ ନିଜ ପୁଅ ସହ ପାଖ ଜଙ୍ଗଲକୁ। ସେହିସମୟରେ ହଠାତ ଜଙ୍ଗଲ ମଝିରେ ମୁହାଁମୁହିଁ ହୋଇଥିଲେ ବାରହା ସହ ମସିହା ବାରହା ଏବଂ ମସିହା ହୋଇଥିଲା ଲଢେଇ ଦୀର୍ଘ ସମୟ ଲଢେଇପରେ ମସିହା ଏହି ଲଢେଇ ଦେଖି ପୁଅ ତୁରନ୍ତ ଯାଇ ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ଶୁଣି ଘରଲୋକେ ପହଞ୍ଚିଥିଲେ ପାଖ ଜଙ୍ଗଲରେ କିନ୍ତୁ ପହଞ୍ଚିବା ହୋଇଥିଲା ବିଳମ୍ୱ। ସେଠାରେ ପହଞ୍ଚି ବା ପରେ ବିଳମ୍ବ ନକରି ପହଞ୍ଚିଥିଲେ ଘରଲୋକ। ସଂଗେସଙ୍ଗେ ଆହତ ମସିହା ଙ୍କୁ ବାଲିଗୁଡା ଚିକିତ୍ସାଳୟ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ପରିବାର ପକ୍ଷରୁ ବରାହ ଆକ୍ରମଣ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା। ସୂଚନା ମୁତାବକ ଛୋଟ ପୁଅକୁ ନେଇ ଜଙ୍ଗଲକୁ ଯାଇଥିବା ସମୟରେ ବାପାଙ୍କୁ ବରାହ ଆକ୍ରମଣ ଗୁରୁତର ଅବସ୍ଥାରେ ଜଙ୍ଗଲରେ ପଡ଼ି ରହିଥିବା ବେଳେ ଛୋଟ ପୁଅ ଜୀବନ ବିକଳରେ ଆସି ଘର ଲୋକଙ୍କୁ ଜଣେଇଥିଲା ଡେରି ନକରି ପରିବାର ଲୋକେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ମେଡିକାଲକୁ ପହଞ୍ଚେଇ ଥିଲେ ହେଲେ ବାଲିଗୁଡ଼ା ମେଡିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସୀର୍ଲା ପଞ୍ଚାୟତ ପଟାଙ୍ଗସୁଗା ଗାଁର ମସିହ ଦିଗାଲ । ପରିବାର ପକ୍ଷରୁ ବରାହ ଆକ୍ରମଣରେ ମୃତ୍ୟୁ ଅଭିଯୋଗ କରୁଥିବା ବେଳେ ଘଟଣା ସମ୍ପର୍କରେ ଥାନା କୁ ଜଣେଇଥିଲେ । ଘଟଣା ସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତର ଖାନା କୁ ପଠାଇଦେଇଥିବା ଖବର ମିଳିଛି l
ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ
