ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ଆଜି ବୁଧବାର ଅପରାହ୍ନ ଚାରିଟା ବେଳ ଦୁଇ ବାଇକମୁହାଁମୁହିଁ ହେବା ଫଳରେ ଜଣେ ମୃତ୍ୟୁ ଓ ଦୁଇ ଗୁରୁତର ହୋଇ ଥିବା ଜଣା ପଡିଛି l ମୃତକ ଜଣକ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସାଙ୍କୁଶ ଗ୍ରାମର ବସନ୍ତ ମାଝୀ (୩୮) ପାଇଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତ ସେସାରି ଗ୍ରାମ କୁ ଏକ ସୁଧାକ୍ରିୟା କାର୍ଯ୍ୟ ରେ ସକାଳୁ ବସନ୍ତ ନିଜ ପରିବାର ସହ ମିଶି ଆସିଥିଲେ । ସେହି ସମୟରେ ନିଜ ବଡ଼ବାପା ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ବସି ଥିବା ଖବରପାଇ ସେଠାକୁ ବସନ୍ତ ନିଜ ବାଇକ ନମ୍ବର ଓଡି ୦୮ଆର ୬୩୦୫ ରେ ଆଣିବା ପାଇଁ ଯାଇଥିଲେ l ଉକ୍ତସମୟରେ ତୁମୁଡିବନ୍ଧ ଠାରୁ ମଦନ ପୁର ରାମପୁର ଅଭିମୁଖେ ବାଇକ ନମ୍ବର ଓଡି ୦୮ଜେଡ ୨୫୦୨ ରେ କଳାହାଣ୍ଡି ଜିଲ୍ଲା ଉର୍ଲାଦାନୀ ପାଞ୍ଚାୟତ ର ଖାଲିଆମୁଣ୍ଡା ଗ୍ରାମର ବିପିନ ହରିଜନ (୨୦) ଓ ସାମନ୍ତ ମଝି (୧୬) ଦୁହେଁ ଦ୍ରୁତ ଗତିରେ ଆସି ବସନ୍ତଙ୍କବାଇକ କୁ ୫୯ନମ୍ବର ଜାତୀୟ ରାଜପଥର ଶେସାରୀ ଗାଁଛକ ନିକଟରେ ବସନ୍ତଙ୍କୁ ଧକା ଦେଇଥିଲା l ଫଳରେ ଘଟଣା ସ୍ଥଳରେ ହିଁ ବସନ୍ତ ଙ୍କ ମୃତୁ ଘଟିଥିଲା l ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ତୁମୁଡିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ଏବଂ ଗୁରୁତର ଆହତଙ୍କୁ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିବା ଜଣା ପଡ଼ିଛି।ଘଟଣା ସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ବୋଲି ସୂଚନା ଦେଇଛନ୍ତି l
ରିପୋର୍ଟ ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ