ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେଓଡ଼ିଆ ଭାଷା ସଂପାନ କାର୍ଯ୍ୟକ୍ରମ ଉଦଯାପିତ

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-ଓଡିଶା ରାଇଜେ ଓଡ଼ିଆ ଭାଷା, ଆମ ପରିଚୟ ଆମ ଭରଷା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଓ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା ସଂପାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିବା ପୂର୍ବରୁ ମଞ୍ଚାସିନ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥି ମାନଙ୍କୁ ଅଧ୍ୟାପକ ଦୁଖୀଶ୍ୟାମ ମହାରଣ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହା ପରେ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ରୂପେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ କ୍ଷେତ୍ରବାସୀ ମାନସେଠ, ମୁଖ୍ୟ ଭକ୍ତା ଭାବେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ଓଡିଶା ଆଦର୍ଶ ବିଦ୍ୟାଳୟ ର ଭିକାରୀ ଚରଣ ବେହେରା ,କୁଟିଆ କୁଇ ଭାଷା ସଂସ୍କୃତିର ଲେଖିକା ତଥା ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି, ସାହିତ୍ୟିକ ବିଦେଶୀ ନାୟକ,ସମାଜ ସେବୀ ପ୍ରମୋଦ ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ,ପ୍ରଶାସନିକ ଅଧିକାରୀ ପୃଥ୍ବୀରାଜ ମଣ୍ଡଳ, ବରିଷ୍ଠ ରାଜ ନେତା ନେତ୍ର ମାନ ସେଠ,ସିର୍ଲା ପ୍ରଧାନଶିକ୍ଷକ ଅସିତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଉପସ୍ଥିତ ଛାତ୍ରଛାତ୍ରୀ ଓ ଭାଷା ସାହିତ୍ୟ ପ୍ରେମୀ ମାନଙ୍କୁ ମୂଖ୍ୟ ଅତିଥି ମାନ ସେଠ ଓଡ଼ିଆ ଭାଷା ମୋବାଇଲ ଯୁଗରେଲୋପ ପାଇବାକୁ ବସିଲାଣି ତଥା ଓଡ଼ିଆ ଭାଷା ଆମ ମାତୃଭାଷା ହେଲେ ମଧ୍ୟ ପରିବାରରେ ଓ ସମାଜରେ ସତ୍ତା ହରାଇବାକୁ ବସିଲାଣି।ଭାଷା ବଞ୍ଚିଲେ ଜାତି ବଞ୍ଚିବ।ଓଡ଼ିଶା ରାଇଜେ ଓଡ଼ିଆ ଭାଷା, ଆମ ପରିଚୟ ଆମ ଭରଷା କହି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ଓ ସମାଜକୁ ମହନୀୟ ବାର୍ତ୍ତା ଦେବା ପାଇଁ ଏହି ଓଡ଼ିଆ ସଂପାନ ର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି।ସେହିପରି ମୁଖ୍ୟ ବକ୍ତା ଡ଼ଃ ଆଚାର୍ଯ୍ୟ ଓଡ଼ିଆ ଭାଷା ର ଇତିହାସ କୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିବା ସହିତ ଓଡ଼ିଆ ଭାଷାର ଜନନୀ ସଂସ୍କୃତ ଭାଷା।ବିଜ୍ଞାନ ମତରେ ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରେ ମଣିଷର ଚିନ୍ତା ଶକ୍ତି ବ୍ୟାପକତ୍ତମ ।ଚିନ୍ତା ଶକ୍ତିର ଅଭିବ୍ୟକ୍ତି ହିଁ ଭାଷା ।ଭାଷା ଓ ସାହିତ୍ୟ କୁ କିଭଳି ରୁଦ୍ଧିମନ୍ତ କରିବା ଏହି ସାମ୍ପ୍ରତିକ ପରିସ୍ଥିତି ରେ ଆମେ ସମସ୍ତେ ଆଜିଅଣ୍ଟା ଭିଡ଼ିବା ବୋଲି ଗୁରୁତ୍ୱ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।ହେଲେ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଏହି ଯେ କୁଟିଆ କୁଇ ଭାଷା ଲେଖିକା ମାଝି ଜଣେ ଅପାଠୁଆ ମହିଳା। ସେ ନିଜେଲେଖା ପଢ଼ା ଆରମ୍ଭ କରି ନିଜର ଭାଷା ସଂସ୍କୃତି ବିଷୟରେ ଲେଖି ଆଜି  କୁଟିଆ ଆଦିମ ଜନଜାତିର ଲୁକ୍କାୟିତ ଭାବରେ ରହିଥିବା କୁଟିଆ କୁଇ ଭାଷାର ଶବ୍ଦ, ଭାଷା କୋଷ ଓ ସଂସ୍କୃତି  ଉପରେ ପ୍ରଗାଡ଼ ଜ୍ଞାନ ଅର୍ଜନ କରି ନିଜ ଭାଷାକୁ(କୁଟିଆ କୁଇ ଭାଷା)ଓ ସଂସ୍କୃତି କୁ ସାର୍ବଜନୀନ କରିବା ମତାମତ ଦେଇଥିଲେ।ଏହା ପରେ ସାହିତ୍ୟିକ ବିଦେଶୀ ନାୟକଙ୍କ ରଚିତ ପ୍ରଣୟର ପାଣ୍ଡୁଲିପି ପୁସ୍ତକ ଉନ୍ମୋଚନ କରାଯାଇଥିଲା।ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଏକ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଶେଷରେ ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ ସତ୍ୟ ରଞ୍ଜନ ପାଣିଗ୍ରାହୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ।
ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...