ତୁମୁଡିବନ୍ଧ (କୋସଲ ନ୍ୟୁଜ୍): ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭିଡିଓ କନ୍ଫରେନି୍ଂସ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ହାଇସ୍କୁଲ ପଡିଆ ଠାରେ ଏହି କାର୍ଯ୍ୟକ୍ରମ ରେ ୧୨୦ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମଝି , ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଗୋବିନ୍ଦ ଦାସ, ଆସିଷ୍ଟାଣ୍ଟ ଇଞ୍ଜିନିୟର କେ. ଏନ ଚୌଧୀରି , କନ୍ଧମାଳ ସାଂସଦ ବ୍ଲକ ପ୍ରତିନିଧି ପୁର୍ଣଚନ୍ଦ୍ର ପାଢ଼ୀ, ତୁମୁଡିବନ୍ଧ ବିଜେପି ବରିଷ୍ଠ ନେତା ନେତ୍ର ମନସେଠ,ତୁମୁଡିବନ୍ଧ ବିଜେପି ବ୍ଲକ ସଭାପତି ସରମେଶ୍ୱର ମଝି . ତୁମୁଡିବନ୍ଧ ମଣ୍ଡଳ ସଭାପତି ରବୀନ୍ଦ୍ର ପତ୍ର, ତୁମୁଡିବନ୍ଧ ବ୍ଲକ ର ଜିପି. ଡ଼ି. ଓ ବିଘ୍ନେଶ୍ୱର ଦିଗଲ, ସମନ୍ୱୟ ଶିଶୁ ବିକାଶ ବିଭାଗ ର ସୁପରଭାଇଜର ଉର୍ବଶୀ ଦିଗାଲ, ବ୍ଲକର ସମସ୍ତ ପଞ୍ଚାୟତ ର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏମ୍ବିକେ, ସି ଆର ପି, ବିଜେପି କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଯୋଜନା ରାଷ୍ଟ୍ରୀୟ ନୂଆବର୍ଷରେ ଶୁଭାରମ୍ଭ ହୋଇଥିବା ବେଳେ ଏହି ଯୋଜନାରେ ଗରିବ ରେଖା ତଳେ ଥିବା ପ୍ରତ୍ୟେକଟି ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚିବା ନେଇ ଲକ୍ଷ ରଖାଯାଇଛି। ଏହି ଯୋଜନା ଦିବ୍ୟାଙ୍ଗ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ବନ୍ୟାବାତ୍ୟା, ଘର ପୋଡ଼ି ନଷ୍ଟ, ହାତୀ ଉପଦ୍ରବରେ ଗୃହ ନଷ୍ଟ ଆଦିରେ ପୀଡ଼ିତ ହିତାଧିକାରୀଙ୍କୁ ଅଗ୍ରାଧିକାର ଦିଆଯାଇ ଗୃହ ପାଇଁ ଅନୁଦାନ ମଞ୍ଜୁର କରାଯିବ ବୋଲି ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ କହିଛନ୍ତି। ବର୍ତମାନ କୋୖଣସି ଗରିବ ଖଟିଖିଆ, ଦିନମାଜୁରିଆ, ବିକଳାଙ୍ଗ ଏହି ଯୋଜନାରେ ବଞ୍ଚିତ ଅଛନ୍ତି ତେବେ ସର୍ଭେ ଜାରି ରହିଛି କଚାଘର ଆଉ ରହିବନି ସବୁ ପକା ଘରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭି ସି ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ l
ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ