ତୁମୁଡିବନ୍ଧ (କୋସଲ ନ୍ୟୁଜ୍) ସ୍ଥାନୀୟ ନେତାଜୀ ସୁଭାଷ ବୋଷ ମାଧ୍ୟମିକ ବିଦ୍ୟାଳୟ ତୁମୁଡିବନ୍ଧ ଠାରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଏହି ଦିବସରେ ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପାତ୍ର ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଙ୍କୁ ଏକ ନିରାମ୍ବଡର ସଭାରେ ସ୍ୱାଗତ କରିଥିଲେ l ଆଦିବାସୀ ମହାବିଦ୍ୟାଳୟ ବାଲିଗୁଡା ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ କୁମାର ନାୟକ, ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ସମସ୍ତ ମହିଳା କର୍ମଚାରୀ ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହିତ ଅଜସ୍ର ଶୁଭେଚ୍ଛା ଜ୍ଞ୍ୟାପନ କରିଥିଲେ l ଏହି ଅବସରରେ କେକ୍ କାଟି ମିଠା ଦେଇ ସମସ୍ତ ମହିଳା କର୍ମଚାରୀ ଙ୍କୁ ଆଜିର ଏହି ପବିତ୍ର ଦିନରେ ମହିଳା ମାନଙ୍କୁ ଜଥୋଚିତ ସଂମ୍ମାନ ଦେବା ପାଇଁ ନିଜ ବକ୍ତବ୍ୟ ରେ ବୁଝାଇଥିଲେ l ବିଦ୍ୟାଳୟ ରେ ମହିଳାଙ୍କୁ ସଦା ସଂମ୍ମାନ ପ୍ରଦାନ କରିବାପାଇଁ ଅଧ୍ୟକ୍ଷ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l
