ବାଲିଗୁଡ଼ା-(କୋଶଲ ନ୍ୟୁଜ୍) ମାନବିକତାର ପରିଚୟ ଦେଲେ ୨ହଜାର୬ ମେଟ୍ରିକ ବ୍ୟାଚର ସଭାପତି ସୋମିୟ ରଞ୍ଜନ ନାୟକ,ମୁନୁ l ସୂଚନା ଥାଉକି ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଆଜି ଗୁରୁତର ରୋଗୀଙ୍କୁ ଏ ପଜିଟିଭ ରକ୍ତ ଅଭାବ ଦେଖା ଦେଇ ଥିଲା l ରକ୍ତ ବୁନ୍ଦାଏ ପାଇଁ ରୋଗୀଙ୍କ ପରିବାର ଲୋକେ ହଇରାଣ ହରକତ ହେଉ ଥିଲେ l ଏହି ଖବର ମୁନୁଙ୍କ ପାଖରେ ପହଁଚି ଥିଲା l ସେ ବିଳମ୍ବ ନ କରି ତୁରନ୍ତ ଡାକ୍ତର ଖାନା ପହଁଚି ରୋଗୀଙ୍କୁ ନିଜର ବହୁ ମୂଲ୍ୟ ଏ ପଜିଟିଭ ରକ୍ତ ଦେଇ ଏକ ମୂଲ୍ୟବାନ ଜୀବନ ବଞ୍ଚାଇ ଛନ୍ତି l ମୁନୁଙ୍କ ଏଭଳି ମହାନତାକୁ ୨ହଜାର୬ ମେଟ୍ରିକ ବ୍ୟାଚର ସମସ୍ତ ବନ୍ଧୁ ପ୍ରଶଂସା କରିଛନ୍ତି l
ରିପୋର୍ଟ -ସାମୁଏଲ ପ୍ରଧାନ
