ଅଧା ବାଟରେ ଛାଡି ଚାଲିଗଲା ଶଖି ପାରିବହନ
ତୁମୁଡିବନ୍ଧ(କୋଶଲ ନ୍ୟୁଜ)-ରାସ୍ତା କଡ଼ରେ ଜନ୍ମଦେଲା ମାନସିକ ବିକାର ଯୁବତୀ ଜିଲ୍ଲା ସାମାଜିକ ସୁରକ୍ଷା କେନ୍ଦ୍ର ରୁ ସକ୍ଷୀ ଗାଡ଼ିରେଘରକୁ ଛାଡ଼ିବା ସମୟରେ ପ୍ରସବ l ମା ଓ ଶିଶୁ ସୁରକ୍ଷିତ ଥିବା ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଗୁମା ଅଞ୍ଚଳରେ ଆଜି ଶୁକ୍ରବାର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଗୁମା ପଞ୍ଚାୟତର ଗୁଚୁକା ଗ୍ରାମର ଜଣେ ୨୨ ବର୍ଷୀୟ ମାନସିକ ବିକାର ଯୁବତୀ ଗର୍ଭବତୀ ବେହା ନେଇ ତୁମୁଡିବନ୍ଧ ସି ଡି ପି ଓ ଲତା ଦିଗାଲ ସୁପର ଭାଇଜର ନିରୂପମା ଶତପଥୀ ଓ ଅଙ୍ଗନବାଡ଼ି କର୍ମୀ ନାମିତା ବଡ଼ସେଠ ଖବର ପାଇ ତାଙ୍କୁ ଗତ ଜୁନ ମାସ ୯ ତାରିଖ ଦିନ ଜିଲ୍ଲା ସାମାଜିକ ସୁରକ୍ଷା କେନ୍ଦ୍ର କୁ ଛାଡି ଥିଲେ l ଆଜି ସାମାଜିକ ସୁରକ୍ଷା କେନ୍ଦ୍ର ଫୁଲବାଣୀ ରୁ ଅଙ୍ଗନବାଡି କର୍ମୀ ଙ୍କୁ ଫୋନ୍ ଆସିଥିଲା ଫେରାଇ ନେବାପାଇଁ l ସେଠାରେ କାର୍ଯ୍ୟରତ କର୍ମଚାରୀ କହିଥିଲେ ଯେ ଯୁବତୀ ଜଣକ ରହିବା ଓ ପ୍ରସବ ବେଦନାରେ ବିରକ୍ତି ମନଭାବ କରି କାମୁଡା କାମୁଡି କରୁଛି କହି ଅଙ୍ଗନବାଡି କର୍ମୀ ନମିତା ଙ୍କୁ ଡକା ଯାଇଥିଲା l ପୀଡିତା ଙ୍କ ପରିବାର ସହ ନମିତା ଫୁଲବାଣୀ ଯାଇ ପହଞ୍ଚିଥିଲେ ସାମାଜିକ ସୁରକ୍ଷା କେନ୍ଦ୍ରରେ l ସେଠାରୁ ଶଖି ଗାଡ଼ିରେ ଫୁଲବାଣୀ ରୁ ନିଜ ଘର ଗୁଚୁକା କୁ ନେବା ବାଟରେ ଗୁଚୁକା ଛକରେ ପରିସ୍ରା ଯିବି କହି ଗାଡ଼ି ଅଟକାଇଥିଲା ଗାଡ଼ିରୁ ତଳକୁ ଉଲ୍ହାଇ ଥିଲା ଯୁବତୀ ଜଣକ ସେହି ସମୟରେ ପ୍ରସବ ବେଦନା ପ୍ରବଳ ମାତ୍ରା ରେ ହେବାସହ ଜଙ୍ଗଲ ମଝୀ ରାସ୍ତା କଡ଼ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ ସେହି ସ୍ଥାନରେ ଶଖି ଗାଡିଟି ମା ଓ ଶିଶୁ ର ସଙ୍କଟ ପୂର୍ଣ୍ଣ ଅବସ୍ଥାରେ ଛାଡ଼ିଦେଇ ଫୁଲବାଣୀ ଅଭିମୁଖେ ଚାଲିଯାଇଥିଲା l ଏହାପରେ ସଙ୍ଗେ ସଙ୍ଗେ ଅଙ୍ଗନବାଡି କର୍ମୀ ନମିତା ତୁମୁଡିବନ୍ଧ ସମନିତ ଶିଶୁ ବିକାଶ ଯୋଜନା ଅଧିକାରି ଲତା ଦିଗଳଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ଦିଗଲ ସମୟ ନଷ୍ଟ ନକରି ବେଲଘର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜଣାଇ ଥିଲେ ଖବର ପାଇବା ମାତ୍ରେ ଡାକ୍ତର ବିଜୟ କୁମାର ଭୋଇ ଓ କରିସ୍ମା ନାୟକ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରି ତୁମୁଡିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ l ତେବେ ଏହିଭଳି ଘଟଣାକୁ ତୁମୁଡିବନ୍ଧ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବିଷୟ ପାଲଟିଛି l ଖବର ଲେଖିବା ପର୍ଯ୍ୟନ୍ତ ଉଭୟ ମା ଓ ଶିଶୁ ସୁସ୍ଥ ଓ ସୁରକ୍ଷିତ ଥିବା ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ ସୂଚନା ଦେଇଛନ୍ତି l
ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ