ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):- ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଛି l ତୁମୁଡିବନ୍ଧ ବ୍ଲକ ପାଇଁ ସ୍ଥାନୀୟ ବଜାର ସାହି ବାସିନ୍ଦା ପିତା ଅନିଲ କୁମାର ସାହୁ ଏବଂ ମାତା ଅରୁପମା ସାହୁଙ୍କ ଜ୍ୟୋଷ୍ଟ କନ୍ୟା ତ୍ରିଶାରାଣୀ ସାହୁ ୮୩ % ନମ୍ବର ରଖି ଏ ୨ ରେ ଉତ୍ତୀର୍ଣ ହୋଇଛନ୍ତି l ସେ ତୁମୁଡିବନ୍ଧ ବ୍ଲକ ପାଇଁ ଟପର ହୋଇ ଗୌରବ ଅର୍ଜନ କରିଛନ୍ତି l ନିଜର କଠୋର ନିଷ୍ଠା ଏବଂ ପରିଶ୍ରମ ପାଇଁ ଏହି ସଫଳତା ହାତେଇପାରିଥିବା ତ୍ରିଶାରାଣୀ କହିଛନ୍ତି l ସେ ଏହି ସଫଳତା ପାଇଁ ପ୍ରତିଦିନ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି l ଏଥି ସହିତ ଭବିଷ୍ୟତରେ ଏହିଭଳି ପରିଶ୍ରମ କରି ଜଣେ ଉତ୍ତମ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି l ତ୍ରିଶାରାଣୀଙ୍କର ଏହି ସଫଳତା ନିଜ ବିଦ୍ୟାଳୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଳେଶପଟ୍ଟା ତଥା ସମଗ୍ର ତୁମୁଡିବନ୍ଧ ବ୍ଲକ ପାଇଁ ଏକ ଗୌରବର କଥା ବୋଲି ତାଙ୍କ ପ୍ରଧାନ ଶିକ୍ଷୟତ୍ରୀ ମମତା ସାମଲ କହିଛନ୍ତି ଏବଂ ତ୍ରିଶାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l ତ୍ରିଶାରାଣୀଙ୍କର ଏହି ସଫଳତା ପରେ ନିଜ ସାଙ୍ଗସାଥି, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ, ବୁଦ୍ଧିଜୀବୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି l ନିଜର ଏହି ସଫଳତାର ଶ୍ରେୟ ପିତାମାତା, ଦାଦାଖୁଡ଼ି, ଜେଜେବାପା ଜେଜେମା ଏବଂ ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି l
ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ.
