ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-ବହୁ ଚର୍ଚ୍ଚିତ ୨୦୦୮ ଜଲେଶପଟ୍ଟା ସ୍ଥିତ ଶଙ୍କରାଚର୍ଯ୍ୟ ସଂସ୍କୃତ କନ୍ୟାଆଶ୍ରମ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ହତ୍ୟା ଘଟଣାର ତୁମୁଡିବନ୍ଧ ଥାନା କେଶ ନମ୍ବର ୩୭/୨୦୦୮ ରେ ମାଓ ନେତା ଆଜାଦ ଆଜି ସମୋବାର ପୂର୍ବାହ୍ନରେ ତୁମୁଡିବନ୍ଧ ଦେବାନୀ ଓ ଫୌଜଦାରୀ ଅଦାଲତରେ ହଜାର କରା ଯାଇଛି। ଏହି ପରିପ୍ରେକ୍ଷୀରେ ତୁମୁଡିବନ୍ଧ ସ୍ଥିତ ଆମ୍ବେଦକର ଛକ ଠାରୁ କୋର୍ଟ ପର୍ଯ୍ୟନ୍ତ ୨ ପ୍ଲାଟୁନ କେନ୍ଦ୍ର ସୁରକ୍ଷା ବଳ ର ଯବାନ ମୁତୟନ କରିବା ସହିତ ଅଦାଲତ ଚତୁର୍ପାର୍ଶରେ କଡା ସୁରକ୍ଷାର ବ୍ୟବସ୍ଥା କରାଯିବା ସହ ନିଜେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଥାନା ଗାଡି ଧରି ପେଟ୍ରୋଲିଙ୍ଗ କରୁଥିବା ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, କୋଟଗଡ ଓ ଦାରିଙ୍ଗବାଡି ଥାନାରେ ମାଓ ନେତା ଆଜାଦଙ୍କ ନାମରେ ୧୦ ରୁ ଉର୍ଦ୍ଧ ମାମଲା ରହିଥିବା କହିଛନ୍ତି ସରକାରୀ ଓକିଲ ରାଜକିଶୋର ବାରିକ l ବହୁ ଚର୍ଚ୍ଚିତ ସ୍ୱାମି ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ଜାମିନି ନିମନ୍ତେ ମାଓ ନେତା ଆଜାଦଙ୍କ ଓକିଲ ଲମ୍ବୋଦର ପଣ୍ଡା ଆବେଦନ କରିଥିଲେ ତାହାକୁ କୋର୍ଟ ଖାରଜ କରି ଦେଇଛନ୍ତି l ଉପରସ୍ତ ଅଦାଲତ କୁ ଜାମିନ ନିମନ୍ତେ ଅପିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମାଓ ନେତା ଆଜାଦଙ୍କ ଓକିଲ ପଣ୍ଡା କହିଛନ୍ତି। ମାଓ ନେତା ଆଜାଦର ପରିଚୟ ପତ୍ର କୁ ଆଧାର କରି ତାଙ୍କ ନାମ ଆଜାଦ (ଡୁନା କେଶବ ରାଓ) l ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲା ,ମଣ୍ଡସା ଥାନା ଅନ୍ତର୍ଗତ ନାଲିଆବୁଡ଼ାଳାରୁ ଗ୍ରାମର ବୋଲି ଜଣାପଡିଛି l ମାଓ ନେତା ଆଜାଦ ତୁମୁଡିବନ୍ଧ ଅଦାଲତ କୁ ହାଜର ହେଇଥିବା ଖବର ଶୁଣି ଅଞ୍ଚଳରେ ଏକ ପ୍ରକାରର ଭିନ୍ନ ପରିସ୍ଥିତି ସୃଷ୍ଟି ହେଇଥିଲା l ମାଓ ନେତା ଆଜାଦ କୁ ଦେଖିବାକୁ କୋର୍ଟ ବାହାରେ ଓ ମୁଖ୍ୟ ବଜାର ରାସ୍ତା ପାର୍ଶରେ ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ