ରାଜ୍ୟ ସଭାପତି ଘୋଷଣା ପରେ ମନମୋହନ ସାମଲଙ୍କ ପ୍ରଥମ ଗସ୍ତ ଜାଲେସପଟ୍ଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ

ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ l
ତୁମୁଡିବନ୍ଧ (କୋଶଲ ନ୍ୟୁଜ୍)ଆସନ୍ତାକାଲି ଜନ୍ମାଷ୍ଟମୀ ପରିପ୍ରେକ୍ଷୀରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପୂର୍ବରୁ ଆଜି ଅଖଣ୍ଡ ଭାରତ ଦିବସରେ ଭାଜପା ରାଜ୍ୟ ସଭାପତି ତୁମୁଡିବନ୍ଧ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମକୁ ଗସ୍ତ କାର୍ଯ୍ୟକ୍ରମ ଅନ୍ତେବାସୀ ଏବଂ ସ୍ଥାନୀୟ ଭାଜପା କର୍ମୀ ଙ୍କୁ ବେଶ ଉତ୍ସାହ ପ୍ରଦାନ କରିଛି l ଆଜି ପୂର୍ବାହ୍ନ ୯ ଘଣ୍ଟା ସମୟରେ ରାଜ୍ୟ ସଭାପତି ସଡ଼କ ପଥରେ କନ୍ୟାଶ୍ରମରେ ପହଞ୍ଚିଥିଲେ l ଏହାପରେ ରାଜ୍ୟ ସଭାପତିଙ୍କୁ କନ୍ୟାଶ୍ରମ ଅନ୍ତେବାସୀ, ଭାଜପା କର୍ମକର୍ତ୍ତା ପ୍ରମୁଖଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା l ପରବର୍ତୀ କାର୍ଯ୍ୟକ୍ରମରେ ସ୍ୱାମୀଜୀଙ୍କ ବଳିଦାନ କୋଠରୀ ପରିଦର୍ଶନ ପରେ ଅନ୍ତେବାସୀଙ୍କୁ ସ୍ୱଳ୍ପ ଅଭିଭାଷଣ ପ୍ରଦାନ କରିଥିଲେ l ଏହାପରେ ପାଠାଗାର ଏବଂ ଭୋଜନାଳୟ ପରିଦର୍ଶନ କରି ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀଙ୍କ ଏକାଧିକ ଦାବିପତ୍ର ଗ୍ରହଣ କରି ବାଲିଗୁଡ଼ା ଅଭିମୁଖେ ଗସ୍ତ କରିଥିଲେ lଏହି ଅବସରରେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି, ରାଜ୍ୟ ବିଜେପି ସମ୍ପାଦକ ଶ୍ରୀଯୁକ୍ତ ସରୋଜ କର, କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ପଣ୍ଡିତ ବିଶିମାଝି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ତେବେ ରାଜ୍ୟରେ ଭାଜପା ସରକାର ଥିବାରୁ ଏବଂ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡକୁ ୧୬ ବର୍ଷ ବିତିଯାଇଥିବା ବେଳେ ରାଜ୍ୟ ସଭାପତିଙ୍କ ଏହି ଗସ୍ତ ଅନେକ ପ୍ରଶ୍ନ ସୃଷ୍ଟି କରିଛି l ଖୋଲିବ କି ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ଫାଇଲ ? ଚି଼ହ୍ନଟ ହେବେ କି ପ୍ରକୃତ ଦୋଷୀ? ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ଅଞ୍ଚଳବାସୀ l ସ୍ୱାମୀଜୀଙ୍କ ହତ୍ୟାକାରୀ ଗିରଫ ହେଲେ ସମଗ୍ର ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିବ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି l


ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ
ତୁମୁଡିବନ୍ଧ

Comments
Loading...