ମହିନ୍ଦ୍ରା ପିକପ ବାଇକ ମୁହଁ ମୁହିଁ ବାଇକ ଆରୋହୀ ଗୁରୁତର

ତୁମୁଡ଼ିବନ୍ଧ (କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନ ଅନ୍ତର୍ଗତ ସାମ୍ବାଦିକ ଭବନ ଆଗରେ ଘଟିଛି ଦୁର୍ଘଟଣା l ଏକ ମହିନ୍ଦ୍ରାପିକପ ଭ୍ୟାନ ଏବଂ ବାଇକ୍ ମୁହାଁମୁହିଁ ଧକ୍କା | ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ମହିନ୍ଦ୍ରା ପିକପ ଭ୍ୟାନ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସୁଚନା ମିଳିଛି , ରବିବାର ଦିନ ସକାଳ ୮ ଟା ସମୟରେ ଏକ ମହିନ୍ଦ୍ରା  ଭ୍ୟାନ (ଓଡି ୧୨ଇ ୭୬୬୯)ବାଲିଗୁଡ଼ା ରୁ କୋଟାଗଡ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ବାଇକ୍ (ଓଡି ୧୨ଡି ୫୧୪୬)ଦ୍ରୁତ ଗତିରେ ଆସି ଧକ୍କା ହୋଇଥିଲା , ଯାହାରି ଫଳରେ ବାଇକ୍ ଆରୋହି ଗୁରୁତର ଆହତ ହୋଇଥିବାରୁ ପ୍ରଥମେ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଚିକିତ୍ସାଳୟ ଫୁଲବାଣୀ କୁ ସ୍ଥାନାନ୍ତରୀତ ହୋଇଥିବା ନେଇ ସୂଚନା । ଦୁଇ ଯୁବକ କୌଣସି କାର୍ଯ୍ୟ ରେ ଯିବା ସମୟରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି | ଦୁଇ ଯୁବକ ହେଲେ ମାଲିପଡ଼ା ଅଞ୍ଚଳ ର ଦେବ ଜ୍ୟୋତି ପରାସେଠ ଓ ସନ୍ଦେଶ ମଣ୍ଡଳ ବୋଲି ଜଣାପଡିଥିବା ବେଳେ ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ତୁମୁଡିବନ୍ଧ ଡ଼ଃ ଆମ୍ବେଦକର ଛକ ଠାରୁ କୋଟଗଡ଼ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଶହ ଶହ ଖାଲ ଖମାରେ ପରିପୂର୍ଣ ହୋଇ ମରଣଯନ୍ତା ପାଲଟିଛି l ପୂର୍ତ୍ତବିଭାଗ ଏ ଦିଗରେ କୌଣସି ଧ୍ୟାନ ଦେଉନଥିବା ବେଳେ ଅଧିକାଂଶ ଯାନବାହାନ ଏହି ଖାଲଖମା ରାସ୍ତାରେ ଯାତାୟାତ କରିବା ବେଳେ ଏକାଧିକ ଦୁର୍ଘଟଣାର ମାନ ହୋଇଥିବା ନଜର ରହିଛି l ବେଳେ ବେଳେ ମର୍ମନ୍ତୁଦ ଦୁର୍ଘଟଣା ମଧ୍ୟ ଘଟୁଛି l ତେଣୁ ସଡ଼କ ମରାମତି ନକରି ଚୁପ ବସିଥିବା ପୂର୍ତ୍ତବିଭାଗ ଅଧିକାରୀ ଏଭଳି ଦୁର୍ଘଟଣା ପାଇଁ ଦାୟୀ ରହିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଜନସାଧାରଣ ମତବ୍ୟକ୍ତ କରିଛନ୍ତି l କନ୍ଧମାଳ ଜିଲ୍ଲା ପ୍ରଶାସନ ଏଦିଗରେ ଧ୍ୟାନ ଦେବାକୁ ତୀବ୍ର ଦାବୀ ହେଉଛି l

ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ

Comments
Loading...