ହାତୀ ଆତଙ୍କରେ ଭୟଭୀତ ଅଞ୍ଚଳବାସି, ଗତିବିଧି ତୀକ୍ଷ୍ଣ ନଜର ରଖିଛି ତୁମୁଡ଼ିବନ୍ଧ ବନାଞ୍ଚଳ

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍) ହାତୀ ଆତଙ୍କ ଭୟଭୀତ ଅଞ୍ଚଳବାସି ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବନାଞ୍ଚଳ କୁର୍ତମଗଡ ସଂରକ୍ଷିତ ଜଙ୍ଗଲର ପରମପାଙ୍ଗା ପଞ୍ଚାୟତ ଗୁମୁଡୁମାହା ,ସୁକିଙ୍ଗିଆ ଟେଙ୍ଗେରି ଅଞ୍ଚଳରେ ଅଳ୍ପ କିଛି ଦିନ ହେବ ହାତୀ ଆତଙ୍କ ସୃଷ୍ଟି କରିଛି। କିଛି ଦିନ ହେବ ଆଠ ଟିକିଆ ହାତୀ ପୋଲ ପରମପାଙ୍ଗା ଅଞ୍ଚଳ ଜଙ୍ଗଲରେ ଚଳ ପ୍ରଚଳ କରୁଥିବା କୁର୍ତମଗଡ ବନରକ୍ଷୀ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ଅର୍ଥାତ୍ ତୁମୁଡ଼ିବନ୍ଧ, ବାଲିଗୁଡ଼ା ସୀମାନ୍ତ ଅଞ୍ଚଳରେ ଅନେକ ସମୟରେ ହାତୀ ଉପଦ୍ରବ ସହିତ ଦୁର୍ଗମ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ହେଲେ ବର୍ତ୍ତମାନ ହାତୀ ଗତିବିଧି ଉପର ତୀକ୍ଷ୍ଣ ନଜର ରଖିଥିବା ସୂଚନା ଦେଇଛନ୍ତି ବନାଞ୍ଚଳ ଅଧକାରୀ କାଳୀ ଚରଣ ବେହେରା ଓ ତାଙ୍କ ଟିମ୍।

Comments
Loading...