ଫୁଲବାଣୀ :-(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀକୁ ଦିନିକିଆ ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ମାଦିକୁନ୍ଦା ପୋଲିସ୍ ରିଜର୍ଭ ପଡିଆ ଠାରେ ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ୍ରେ ଓହ୍ଲାଇ ବା ପରେ ବିଜେପି ଦଳୀୟ କର୍ମକର୍ତା ମାନେ ଏବଂ ଜିଲ୍ଲା ପ୍ରଶାସନ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ପରେ ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ ବହୁ ପ୍ରତିକ୍ଷୀତ ନବ ନିର୍ମିତ ୬୫୦ ଶଯ୍ୟା ଏବଂ ୧୦୦ ସିଟ ବିଶିଷ୍ଠ ସରକାରୀ ଭେଷଜ ମହାବିଦ୍ୟାଳୟ ଉଦ୍ଘାଟନ କରିଛନ୍ତି l ପରେ ଫୁଲବାଣୀ ସହର ସ୍ଥିତ କରନେସନ୍ ପଡିଆ ଠାରେ ଏକ ସାଧାରଣ ସଭା ଆୟୋଜନରେ ଯୋଗ ଦେଇ ଶିଳା ନ୍ୟାସ କରି ଉପସ୍ଥିତ ଥିବା କର୍ମୀ ଓ ନେତା କନ୍ଧମାଳ ଜିଲ୍ଲାରେ ଆଗାମୀ ଯୋଜନା ସମ୍ପର୍କରେ ନିଜ ନିଜ ଅଭିଭାଷଣ ରଖିଥିଲେ। ଓଡ଼ିଶାରେ ବିଜେପି ସରକାର ଆସିବା ପରେ, ସରକାରଙ୍କ ଗୋଟିଏ ବର୍ଷ ପୂର୍ତ୍ତି ହେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କନ୍ଧମାଳ ଗସ୍ତ। ଏନେଇ ଜନସାଧାରଣ ଓ ଦଳୀୟ କର୍ମକର୍ତାଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ସହ ଖୁସି ର ଲହରୀ ଖେଳି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଟିକେ ଦେଖିବା ପାଇଁ ଆସିଥିବା ଜନସାଧାରଣ ଙ୍କୁ ମୁଣ୍ଡ ଫଟା ଖରା ରେ ପାନୀୟ ଜଳ ର ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଥିଲା ଯାହା ଫଳରେ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ I କନ୍ଧମାଳ ଜିଲ୍ଲା ପ୍ରଶାସନର ଦୁର୍ବଳ ବନ୍ଦୋବସ୍ତ ଯୋଗୁଁ ବହୁ ଦୂର ଦୁରାନ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଦେଖିବାକୁ ଆସିଥିବା ଜନସାଧାରଣ ନିରାଶ ହୋଇ ଫେରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ସାସଂଦ ସୁକାନ୍ତ କୁମାର ପାଣିଗ୍ରାହି, ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଫୁଲବାଣୀ ବିଧାୟକ ଉମା ଚରଣ ମଲିକଙ୍କ ସମେତ ମେଡିକାଲ କଲେଜ ଅଧ୍ୟକ୍ଷ ଡଃ ନରେନ୍ଦ୍ର ବେହେରା, ଜିଲ୍ଲାପାଳ ଅମ୍ରିତ ରୁତୁରାଜ, ଅତିରିକୁ ଜିଲ୍ଲାପାଳ ରମେଶ ଜେନା, କୁଶଳ ଚନ୍ଦ୍ର ନାୟକ,ଜିଲ୍ଲା ପ୍ରକଳ୍ପ ପ୍ରଶାସକ ନନ୍ଦୀଙ୍କ ସମେତ ବହୁ ପଦାଧୂକାରୀ ମାନେ ଯୋଗ ଦେଇଥୁଲେ । ଏହି ସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧୂକ୍ଷକ ହରିଶ ବିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା l
ପ୍ରବୀଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ତୁମୁଡିବନ୍ଧ
