କୁଟିଆ ଜନଜାତି ମହିଳା ଏକକାଳୀନ ତିନି ସନ୍ତାନ ର ମାଁ ହେଲେ ରଞ୍ଜିତା

ତୁମୁଡିବନ୍ଧ(କୋଶଲ ନ୍ୟୁଜ)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର କୁଟିଆକନ୍ଧ ଅଂଚଳ ଭାବେ ପରିଚିତ  ବେଲଘର ପଂଚାୟତ ।ସେହି ପଂଚାୟତର ଜଣେ କୁଟିଆ ମହିଳା ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବରେ ଏକକାଳୀନ ତିନିଟି ସନ୍ତାନ ପ୍ରସବ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି।ସେ ହେଉଛନ୍ତି ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ ରଞ୍ଜିତା ମାଝି (୨୬) । ଉଭୟ ମା ଓ ତିନି ଶିଶୁ ସୁସ୍ଥ ଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗତରବିବାର ରଞ୍ଜିତା ଙ୍କ ପ୍ରସବ ବେଦନା ହେବାରୁ ସ୍ୱାମୀ କଂସ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ l ବେଲଘର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯରତ ଡାକ୍ତର ପ୍ରସନ୍ନ କୁମାର ସୁନା ପ୍ରାଥମିକ ଚିକିତ୍ସା କରବା ସମୟରେ ପ୍ରସବ ହୋଇଥିଲେ ୩ଶିଶୁ । ସେହି ସମୟରେ ଡାକ୍ତର ସୁନା  ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ଫୋନ୍ ମାଧ୍ୟମରେ ତୁରନ୍ତ ଜଣାଇଥିଲେ। ଏହାପରେ ଡାକ୍ତର କର ଫୋନ ମଧ୍ୟରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞଙ୍କ ଜଣାଇବା ସହିତ ସହାୟତା କରିବା ପାଇଁ ଅନୁରୋଧ କରି ତାଙ୍କ ତତ୍ୱବାଧାନରେ ତିନିଟି ସନ୍ତାନ ପ୍ରସବ କରାଇବାରେ ସଫଳ ହୋଇଛନ୍ତି l ତେବେ ବେଲଘର ପରି ଏକ କୁଟିଆକନ୍ଧ ଅଞ୍ଚଳ ରେ କାର୍ଯ୍ୟ ରତ ଡାକ୍ତର ସୁନା ଓ କରଙ୍କ ଉଦ୍ୟମ ରେ  ସୁରକ୍ଷିତ ଭାବେ ତିନୋଟି ସନ୍ତାନ ପ୍ରସବ ହୋଇଛନ୍ତି ଏବଂ ମା ମଧ୍ୟ ସୁରକ୍ଷିତ ରହିଥିବା ଖବର ରହିଛି । ତେବେ ଅଧିକ ଚିକିତ୍ସା ପାଇଁ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ତିନି ନବଜାତ ସନ୍ତାନ ସହ ମା ରଞ୍ଜିତା ଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ଅଧିକା ଚିକିତ୍ସା ନିମନ୍ତେ  ବାଲିଗୁଡା ଉପ ଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଛି ବୋଲି ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କର ସୂଚନା ଦେଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁକେନ୍ଦ୍ର ରେ ମା ଓ ତିନି  ଶିଶୁ ପୁତ୍ର ଙ୍କୁ ରଖା ଯାଇଛି l ତେବେ ତିନୋଟି ଶିଶୁ ପୁତ୍ର ଙ୍କୁ ଜନ୍ମ ଦେଇଥିବା ମା ରଞ୍ଜିତା ଓ ତିନି ଶିଶୁ ସୁସ୍ଥ ଥିବା କହିଛନ୍ତି ବାଲିଗୁଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରବଣ କୁମାର ସାହୁକାର l ତେବେ ଏହା ସେହି ମହିଳା ର ଚତୁର୍ଥ ପ୍ରସବ ହୋଇଥିବା ବେଳେ  ଜଣେ ୮ ବର୍ଷ ର ପୁଅ ଓ ୪ ବର୍ଷ ର ଝିଅ ଥିବା  ଏବଂ ତିନୋଟି ପୁତ୍ର ସନ୍ତାନ କୁ ପାଇ ଖୁସି ଥିବା କହିଛନ୍ତି ତିନି ନବଜାତ ଶିଶୁ ପୁତ୍ର ଙ୍କ ବାପା କଂସ ମାଝୀ। ବେଲଘର ଭଳି ଉପାନ୍ତ ଅଞ୍ଚଳରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀ ଙ୍କୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହାଲରେ ପ୍ରଶଂସା କରଯାଇଥିବା ଦେଖିବାକୁ ମିଳିଛି   l

ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ

Comments
Loading...