ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୁଟିଆ ସଂଗ୍ରହାଳୟର ଉଦଘାଟିତ

ତୁମୁଡିବନ୍ଧ-(କୋଶଲ ନ୍ୟୁଜ୍)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଅଞ୍ଚଳରେ ବସ ବାସ କରୁଥିବା ଅନୁସୂଚିତ ଜନଜାତି ମାନଙ୍କ ମଧ୍ୟରେ କୁଟିଆ ଆଦିମ ଜନଜାତି ଅନ୍ୟତମ ଅଟେ। ଏମାନଙ୍କ ଜୀବନ ଶୈଳୀର ପରମ୍ପରା, ସଂସ୍କୃତିରେ ରହିଛି ସମାଜକୁ ବିଭିନ୍ନ ଶିକ୍ଷଣୀୟ ବିଷୟ।ତାହା ଏବେ ଲୋପ ପାଇବାକୁ ବସିଲାଣି। ତାହା କିପରି ସୁରକ୍ଷିତ ରହିବ ଏହା ଉପରେ ପଦେ ଆଗକୁ ଯାଇ ଏହି ସଂଗ୍ରହାଳୟ କରାଯାଇଛି।ଏହି ସଂଗ୍ରହାଳୟ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଗୁରୁବାର ପୂର୍ବାହ୍ନରେ ଉଦଘାଟିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ରଙ୍କ ପରିଚାଳନାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏହି ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାଲିଗୁଡ଼ା ଆଇ ଟି ଡି ଏ ପି ଏ ଗଦା ଧର ପାତ୍ର,ତୁମୁଡିବନ୍ଧ ବିଡ଼ିଓ ବନ ବିହାରୀ ହରପାଲ ଓ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର ତୁମୁଡିବନ୍ଧ ବ୍ଳକ ସାଂସଦପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ନେତ୍ର ମାନସେଟ ପ୍ରମୁଖ ଉପସ୍ଥିତ ଥିଲେ। ସାଂସଦ ପାଣିଗ୍ରାହୀ ଏପରି ପଦକ୍ଷେପ କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ବିଦ୍ୟାଳୟ ର ଅଧ୍ୟକ୍ଷ ଓ ସମସ୍ତ କର୍ମଚାରୀ ଙ୍କୁ। ଏହି ସଂଗ୍ରହାଳୟରେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟର ନମୁନା, ବାଦ୍ୟଯନ୍ତ୍ର, ଅସ୍ତ୍ରଶସ୍ତ୍ର, ଅଳଙ୍କାର, କୃଷି ସାମଗ୍ରୀ ଗୁଡ଼ିକ ରଖା ଯାଇଛି।ଯାହାକି  ଆଗାମୀ ଦିନରେ ଏହା ବର୍ତ୍ତାବହ ହେବ।ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଭ୍ରମଣରେ ଆସୁ ଥିବା ପର୍ଯ୍ୟଟକମାନେ ଦେଖି ଖୁସି ହେବେ। ବିଦ୍ୟାଳୟ ର ଏହି ସଂଗ୍ରହାଳୟ ଏକ ପର୍ଯ୍ୟଟନ ସ୍ଥଳୀ ପାଲଟିବ।ଏହି ସଂଗ୍ରହାଳୟକୁ ତୁମୁଡିବନ୍ଧ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ  ପ୍ରଶଂସା କରିବା ସହିତ ସ୍ୱାଗତ ଜଣାଇଛନ୍ତି ଏପରି ପଦକ୍ଷେପକୁ l

ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...