ବିଦ୍ୟୁତର ଲୁଚକାଳି ଖେଳରେ ଲୁହା ଦୋକାନୀଙ୍କ ଘରେ ଚୋର ବୁଲାଇଲେ କଳାକନା

ତୁମୁଡ଼ିବନ୍ଧ:-(କୋଶଲ ନ୍ୟୁଜ୍) ତୁମୁଡ଼ିବନ୍ଧ ଜଗନ୍ନାଥ ବଜାର ସ୍ଥିତ ପ୍ରମୁଖ ଲୁହା ଦୋକାନୀ ସିମାଞ୍ଚଳ ଦାସଙ୍କ ଘରେ ଲକ୍ଷାଧିକ ଟଙ୍କାର ସୁନଗହଣା ଏବଂ ନଗଦ ୩୨ ହଜାର ଟଙ୍କା ଲୁଟ କରି କଳା କନା ବୁଲାଇଛନ୍ତି ଚୋର । ଦୀର୍ଘ ଦିନ ବ୍ୟବଧାନ ପରେ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ପୁଣି ଏକ ଚୋରୀ କରି ନିଜ ଉପସ୍ଥିତି ଜାହିର କରିଛନ୍ତି ଚୋର । ପୂର୍ବରୁ ଏକାଧିକ ଚୋରୀ ଘଟଣାରେ ସଂପକ୍ତଥିବା ପ୍ରାୟ ସମସ୍ତ ଚୋର ଜେଲ୍ ରେ ଥିବା ବେଳେ ଏକ ନୂଆ ଚୋର ଦଳ ହଇଚଇ ସୃଷ୍ଟି କରିଛନ୍ତି l ତେବେ ଏହି ଚୋରୀ ଘଟଣାର ଏତଲା ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରି ଏକାଧିକ ବ୍ୟକ୍ତି ଏଥିରେ ସଂପୃକ୍ତ ଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିବା କହିଛି । ପ୍ରକାଶ ଯେ ଗତ ୨୧ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା ପାଳନ କରିବା ନିମନ୍ତେ ଶିମାଞ୍ଚଳ ଦାସଙ୍କ ପରିବାର ସମୂହ ବ୍ରହ୍ମପୁର ଯାଇଥିଲେ । ଆଜି ଅର୍ଥାତ୍ ୩୦ ତାରିଖ ଦିନ ଭୋର ୪ ଟାରେ ଆସି ଘରେ ପହଞ୍ଚି ଦେଖିଲା ବେଳେ ସବୁ ସୁନାଗହଣା ଓ ଟଙ୍କା ଚୋରୀ ହୋଇଥିବା ଦେଖି ଭାଳେଣି ପଡ଼ିଥିଲା ପରିବାରରେ । ତେବେ ଇତି ମଧ୍ୟରେ ଲଘୁଚାପ ଜନିତ ବର୍ଷା ଏବଂ ବିଦ୍ୟୁତ୍ କାଟର ସୁଯୋଗ ନେଇ କେଉଁଦିନ ଚୋରୀ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ସୀମାଞ୍ଚଳ ଦାସଙ୍କ ସାନଭାଇ ଜୟକୃଷ୍ଣ ଦାସ ମଧ୍ୟ ନିଜ ଘର ମରାମତି କରୁଥିବାରୁ ସମସ୍ତ ସୁନାଗହଣା ଆଣି ବଡ଼ଭାଇ ଘରେ ରଖିଥିଲେ। ଉଭୟଙ୍କର ସୁନାଗହଣା ଏବଂ ନଗଦ ଟଙ୍କା ଚୋରୀ ହୋଇଯାଇଛି l ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସିମାଞ୍ଚାଳ ଦାସଙ୍କର ସୁନା ହାର ଗୋଟିଏ , କାନ ଫୁଲ ହଳେ ,ହାତ ମୁଦି ୫ ଟି,ହୀରା ମୁଦି ଗୋଟିଏ ,ରୂପା ଚେନ ଗୋଟିଏ, ରୂପା କଇନ୍ ୧୦ ଟି, ରୂପା ଫରୁଆ ୨ ଟି ଏବଂ ଜୟକୃଷ୍ଣ ଦାସଙ୍କର ୧୭ ଗ୍ରାମ ଓଜନର ସୁନା ହାର ଗୋଟିଏ, ହାତ ମୁଦି ୮ ଟି, କାନ ଫୁଲ ହଳେ ଏବଂ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ଖୁଚୁରା ଗେଣ୍ଡୁ ଟଙ୍କା ୩୨ ହଜାର ସବୁ ଚୋରୀ ହୋଇଯାଇଛି । ଏ ସଂକ୍ରାନ୍ତରେ ଶୀମାଞ୍ଚଳ ଦାସ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ପୋଲିସ୍ ତଦନ୍ତ ଜାରୀ ରଖିଥିବା କହିଛନ୍ତି l *ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ*

Comments
Loading...