ତୁମୁଡିବନ୍ଧ (କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଏକ ଉପାନ୍ତ ପଞ୍ଚାୟତ ଭାବେ ପରିଚିତ ବେଲଘର ପଞ୍ଚାୟତ l ଏହି ପଞ୍ଚାୟତରେ ୬୦ ପ୍ରତିଶତରୁ ଅଧିକ କୁଟିଆ କନ୍ଧ ଜାତିର ଲୋକ ବସବାସ କରନ୍ତି l ଏମାନେ ଜାଣନ୍ତିନି ଶିକ୍ଷା କଣ ? ଚାଲିବା ପାଇଁ ନିଜ ଗ୍ରାମକୁ ଉପଯୁକ୍ତ ରାସ୍ତାଟିଏ ମଧ୍ୟ କରିପାରିନାଁହାନ୍ତି l ଏହାର ପୁରା ଫାଇଦା ଉଠାଉଛନ୍ତି ଚାକିରିଆ ଅଧିକାରୀ ଗଣ l ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତରେ | ତା 21-05-2025 ରିଖ ଦିନ ବେଲଘର ଗ୍ରାମ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ସମୟରେ ଉପୁଜିଥିଲା ଅପ୍ରୀତିକର ପରିସ୍ଥିତି | ତେବେ ଏହି ଘଟଣାର ଖବର ପବନ ଗତିରେ କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିଲା| ଏହାକୁ ଦୃଷ୍ଟିରେ ରଖି ତୁମୁଡିବନ୍ଧ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନ ବିହାରୀ ହରପାଲଙ୍କୁ ପଚାରିବାରୁ, ସେ କହିଛନ୍ତି ଯେ ଏହି ବିଷୟ ଶୁଣିଲା ପରେ ମୁଁ ତଦନ୍ତ ଆରମ୍ଭ କରିବାକୁ ପରାମର୍ଶ ଦେଇଛି l ତେବେ ଏହି ତଦନ୍ତ କିଭଳି ପ୍ରକାର ହେବ? ପ୍ରକୃତରେ ଏହିଭଳି କାର୍ଯ୍ୟ କରୁଥିବା ସମ୍ପୃକ୍ତ ଅଧିକାରୀଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଦେଖିବାକୁ ବାକିରହିଲା ବୋଲି ବେଲଘର ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି l
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ