ତୁମୁଡିବନ୍ଧ -(କୋଶଲ ନ୍ୟୁଜ୍)ସ୍ଥାନୀୟ ସମ୍ମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଦ୍ୱାରା ମିଶନ ଶକ୍ତି ସଭାଗୃହରେ ମଙ୍ଗଳବାର ଦିନ ବେଟି ବଚାଓ ବେଟି ବଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ/ ସି ଡି ପି ଓ ଙ୍କ ଅଧ୍ୟକ୍ଷତାରେ ତୁମୁଡିବନ୍ଧ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ୧୫୦ ରୁ ଉର୍ଦ୍ଧ କିଶୋରୀ ବାଳିକାଙ୍କ ଉପସ୍ଥିତିରେ ଶିଶୁ କନ୍ୟା ଏବଂ ବାଳିକା ମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମସ୍ତ ବାଳିକାଙ୍କୁ ଶିକ୍ଷିତ କରିବା ଜରୁରୀ ଅଟେ ବୋଲି ବାର୍ତ୍ତା ଦିଆଯାଇଛି l ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସାଂସଦ ପ୍ରତିନିଧି ପୂର୍ଣ୍ଣ ଚଦ୍ର ପାଢ଼ୀ ଏବଂ ମହିଳା ଓକିଲ ସଂଜିତା ନାୟକ ଉପସ୍ଥିତ ରହି ବାଳିକା ମାନଙ୍କ ପାଇଁ ରହିଥିବା ଆଇନ ବ୍ୟବସ୍ଥା ଏବଂ ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ବିଷୟରେ ସଚେତନ କରିଥିଲେ l ବାଳିକା ଟିଏ ଶିକ୍ଷିତ ହେଲେ ନିଜେ ସ୍ୱାବଲମ୍ବୀ ହୋଇପାରିବ l କଳୁଷିତ ସମାଜରେ ସବୁ ପରିସ୍ଥିତିକୁ ସାହାସିକତା ସହ ମୁକାବିଲା କରିପାରିବେ l ତେଣୁ ଝିଅ ଟିଏ ଶିକ୍ଷିତ ହେଲେ ବର୍ତମାନ ଅଭିଭାବକ ମାନଙ୍କ ନିରକ୍ଷରତା ସକାଶେ ହେଉଥିବା ବାଲ୍ୟ ବିବାହ, ଅଧା ପାଠୁଆ ହାର ଯଥେଷ୍ଟ ମାତ୍ରାରେ କମିପାରିବ l ପୂର୍ବାହ୍ନରେ ଏହି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ କିଶୋରୀ ବାଳିକାଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପସ୍ଥିତ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ସାଧାରଣଜ୍ଞାନ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଇ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ କରାଯାଇଥିଲା l କୃତି କିଶୋରୀଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା l ବାଳିକା ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ପୂର୍ବକ ପୁଷ୍ଟିକର ଖାଦ୍ୟ, ପରିବେଶ ବିଷୟରେ ସଚେତନ କରାଯାଇଥିଲା l କିଶୋରୀ ବାଳିକା ମାନଙ୍କ ମାନସିକତାକୁ ପରିବର୍ତନ କରି ବିକଶିତ ଭାରତର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା l ଏହି ପରିପ୍ରେକ୍ଷୀରେ ସୁପରଭାଇଜର ଉର୍ବଶୀ ଦିଗାଳ, ନିରୁପମା ଶତପଥି,ସବିତା ସେନାପତି, ବିପିସିଏ ବାବୁଲି ନାୟକ, ବିପିସି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ