ସରକାରୀ ନିର୍ଦେଶକୁ ବେଖାତିର, ପାଳିଲେନି ସମ୍ବିଧାନ ହତ୍ୟା ଦିବସ

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍ )୧୯୭୫ ମସିହା ଜୁନ ମାସ ୨୫ ତାରିଖ ଦିନ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହୋଇଥିଲା ସମଗ୍ର ଭାରତବର୍ଷରେ l ଭାରତୀୟ ନାଗରିକ ସେମାନଙ୍କ ସ୍ୱାଧୀନତାକୁ ହରାଇ ବସିଥିଲେ l ଏହି ଦିବସକୁ ୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଏହାକୁ ଚଳିତ ବର୍ଷ ସମ୍ବିଧାନ ହତ୍ୟା ଦିବସ ଭାବେ ସମଗ୍ର ଦେଶ ପାଳନ କରୁଛି l ରାଜ୍ୟ ସରକାର ମଧ୍ୟ ସମଗ୍ର ଶିକ୍ଷା ଜରିଆରେ ଏହି ଦିବସ ପାଳନ କରିବାକୁ ନିଷ୍ପତି ନେଇଛନ୍ତି l ସମଗ୍ର ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କ ଦ୍ୱାରା ପତ୍ର ସଂଖ୍ୟା ୬୭୨୦ ଜରିଆରେ ତା ୨୪/୬/୨୦୨୫ ରିଖ ଦିନ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ଡି ଆଇ ଇ ଟି / ବି ଆଇ ଇ ଟି / ଇ ଟି ଇ ଆଇ ଅଧ୍ୟକ୍ଷ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନଙ୍କୁ ସମ୍ବିଧାନ ହତ୍ୟା ଦିବସ ପାଳନ ନିମନ୍ତେ ନିର୍ଦେଶ ଦିଆଯାଇଥିଲା l ଛାତ୍ରଛାତ୍ରୀ ମାନଙ୍କୁ ସଂଶ୍ଲିଷ୍ଟ କରାଇ ସହର ପରିକ୍ରମା,ବକ୍ତୃତା ରଚନା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରାଇ ଭାରତୀୟ ସମ୍ବିଧାନ ବିଷୟରେ ବିସ୍ତୃତ ଆଲୋଚନା କରି ଟିଭି ପରଦାରେ ନିର୍ଦ୍ଧିଷ୍ଟ ଚଳଚିତ୍ର ପ୍ରଦର୍ଶନ ପୂର୍ବକ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ନିର୍ଦେଶ ରହିଥିଲା l ତେବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏଭଳି ଗୁରୁତ୍ୱପୁର୍ଣ କାର୍ଯ୍ୟକ୍ରମ ପ୍ରତି ଅବହେଳା ପ୍ରଦର୍ଶନ କରି କୌଣସି ବିଦ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳନ କରିବାକୁ ସୂଚନା ଦେଇନଥିବାରୁ କୌଣସି ବିଦ୍ୟାଳୟରେ ଏହି ଦିବସ ପାଳନ କରାଯାଇନଥିବା ପ୍ରଧାନଶିକ୍ଷକ ମାନଙ୍କ ପ୍ରତିକ୍ରିୟା ମିଳିଛି l ଯାହା ସମ୍ପୂର୍ଣ ଭାବରେ ସରକାରୀ ନିର୍ଦେଶକୁ ବେଖାତିର ମନଭାବ ସ୍ପଷ୍ଟ ହୋଇଛି l ଅପରପକ୍ଷେ ଏସଂକ୍ରାନ୍ତରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଗଣମାଧ୍ୟମ ନିକଟରେ ନିଜର ଦୋଷ ଲୁଚାଇବାକୁ ଯାଇ ୧୩୭ ଟି ବିଦ୍ୟାଳୟରେ ପାଳନ ହୋଇଛି ବୋଲି ତର୍କ କରି ବର୍ତମାନ ସୁଦ୍ଧା ପ୍ରମାଣ ପୂର୍ବକ କୌଣସି ଫୋଟ ଦେବାରେ ବିଫଳ ହୋଇଛନ୍ତି l ତୁମୁଡିବନ୍ଧ ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କିମ୍ବା ପାଖଆଖରେ ଥିବା କୌଣସି ବିଦ୍ୟାଳୟରେ କୌଣସି ପ୍ରକାର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିନାହିଁ l କିନ୍ତୁ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅତି ସୁନ୍ଦର ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ସେହିଭଳି ତୁମୁଡିବନ୍ଧ ଓଡିଶା ଆଦର୍ଶ ବିଦ୍ୟାଳୟରେ ମଧ୍ୟ ସମ୍ବିଧାନ ହତ୍ୟା ଦିବସ ପାଳନ ହୋଇଯାଇଛି l ତେବେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରୁ ବଞ୍ଚିତ ହୋଇଯାଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ବୋଲି ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପୁର୍ଣ ଚନ୍ଦ୍ର ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି l

ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ

Comments
Loading...