ଘର କାନ୍ଥ ପଡି ଶ୍ରମିକ ମୃତ୍ୟୁ, ତୁମୁଡିବନ୍ଧ ଘଟିଛି ଘଟଣା

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କିଏ ଜାଣିଛି ମୃତ୍ୟୁ କେତେବେଳେ ଓ କଉଠି ଛପି ବସିଥାଏ ବୋଲି l ଘର କାନ୍ଥ ପଡ଼ି ଆଖିପିଛୁଳାକେ ଚାଲିଗଲା ଶ୍ରମିକଙ୍କ ଜୀବନ । ତୁମୁଡ଼ିବନ୍ଧ ସ୍ଥିତ ମେଡିକାଲ ଛକରେ ଘଟିଛି ଏଭଳି ଘଟଣା । ମୃତକ କିରିକୁଟି ଗ୍ରାମର ମାନେଶ୍ୱର ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ରାମପୁର ଛକରେ ଥିବା ଏକ ପୁରୁଣା ଘର ନୂତନ ଭାବେ ନିର୍ମାଣ ନିମନ୍ତେ ସେହି ପୁରୁଣା ଘର କାନ୍ଥ ଭାଙ୍ଗୁଥିବା ବେଳେ ମାନେଶ୍ଵର ଙ୍କ ଉପରେ କାନ୍ଥ ପଡିଯିବାରୁ ମାନେଶ୍ୱର କାନ୍ଥ ତଳେ ଚାପିହୋଇ ରହିଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ତୁମୁଡିବନ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ମାନେଶ୍ୱରଙ୍କୁ ଉଦ୍ଧାର କରିବା ସହ ସଙ୍ଗେ ସଙ୍ଗେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ମାନେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ମାନେଶ୍ୱର ଦାରିଙ୍ଗବାଡି ବ୍ଲକ କିରିକୁଟି ଗ୍ରାମର ଆଦିବାସୀ ସାହିର ବାସିନ୍ଦା ବୋଲି ଜଣାପଡ଼ିଥିବା ବେଳେ ସେ ଦୀର୍ଘ ୧ବର୍ଷ ହେବ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଳେଶପଟା ଗ୍ରାମରେ ଏକ ଘର ଭଡା ନେଇ ରହି ଦିନମାଜୁରିଆ ଭାବେ ମଜୁରୀ କରୁଥିବା ସୂଚନା ମିଳିଛି l ତେବେ ଘଟଣା ସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ସବକୁ ଜବତ କରିବା ସହ ୧/୨୫ ଏକ ମାମଲା ରୁଜୁ କାରି ଶବ ବ୍ୟବଛେଦପାଇଁ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଛନ୍ତି l ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ କରୁଥିବା ନେଇଁ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ସୂଚନା ଦେଇଛନ୍ତି l

ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ

Comments
Loading...