ତୁମୁଡିବନ୍ଧ (କୋଶଲ ନ୍ୟୁଜ୍): ଲଘୁଚାପଜନିତ ବର୍ଷା ଲାଗି ରହିଛି। ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ । କେଉଁଠି ରାସ୍ତାଧୋଇ ହୋଇ ଯାଇଥିବାବେଳେ କେଉଁଠି ବଡ଼ ପଥର ଓ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଯାଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ର୍ସିଲା ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ସ୍ଥିତି । ଯାହା ଫଳରେ ର୍ସିଲା ପଞ୍ଚାୟତର ୧୩ ଗୋଟି ଗ୍ରାମ ଓ କୋଟଗଡ ବ୍ଲକର ପାରିଗଡ ପଞ୍ଚାୟତକୁ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇଥିବା ଜଣାପଡ଼ିଛି। ଫଳରେ ଦୁଇ ପଞ୍ଚାୟତର ଅଞ୍ଚଳବାସୀ ନାହିଁନଥିବା ହଇରାଣ ହେଉଥିବା ଖବର ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାରେ ର୍ସିଲା ମାଲାଙ୍ଗ ପଦର ଠାରୁ ପାରିଗ ସଂଯୋଗ କରୁଥିବା ରାସ୍ତାର ଟେକଲାମିଲା ଘାଟିରେ ପଥର ସହିତ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ର୍ସିଲା ପାଞ୍ଚାୟତର ୧୩ ଗୋଟି ଗ୍ରାମ ସହିତ କୋଟଗଡ ବ୍ଳକ ପାରିଗଡ଼ ପଞ୍ଚାୟତକୁ ଯାତାୟତ ଠପ ହୋଇଯାଇଛି। ସେହି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ତୁମୁଡିବନ୍ଧ ଓ ବାଲିଗୁଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅଟେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ୧୦୮ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଥିବା ଜଣାପଡିଛି। ଏହା ବାବଦରେ ପାରିଗଡ ସମିତି ସଭ୍ୟ ସୁରୁଦା ପ୍ରଧାନ କହିଛନ୍ତି ଯେ ପଡ଼ିଥିବା ପଥର ଓ ମାଟି ତୁରନ୍ତ ହଟାଯାଉ ଓ ଜାତାୟତର ବ୍ୟବସ୍ଥା କରାଯାଉ। ଏଥିସହ ସେହି ରାସ୍ତାରେ ପିଚୁ ଉଠିଯାଇ ଖାଲ ଖାମ ହୋଇଛି ଯାତାୟତରେ ବହୁ ଅସୁବିଧା ହେଉଛି ତାହାକୁ ମରାମତି କରାଯାଉ ବୋଲି ଦାବି କରିଛନ୍ତି। ର୍ସିଲା ପଂଚାୟତ ଟେକଲା ମିଲା ଗ୍ରାମର ରାଧାକାନ୍ତ ପାଟମାଝି କହିଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଯେ ଟେକଲା ମିଲା ରାସ୍ତାର ଘାଟିରେ ପଡିଥିବା ବଡ଼ ପଥର ଓ ମାଟି ହଟାଯାଇ ଯାତାୟତର ବ୍ୟବସ୍ଥା ତୁରନ୍ତ କରାଯାଉ। ଏହି ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଶିବ ନାରାୟଣ ସେଠିଙ୍କୁ ପଚରିବାରୁ ସେ ରାସ୍ତାରେ ପଡ଼ିଥିବା ପଥର ଓ ମାଟି ହଟାଯାଇ ଯାତାୟତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ରିପୋର୍ଟ ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ
