ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଏକ ସବୁଜ ସୁନ୍ଦର ଭରା ଜଙ୍ଗଲ ଏହା କିପରି କ୍ଷେୟ କ୍ଷେତି ନହୁଏ ଏହାର ଗୁରୁ ଦାୟିତ୍ୱ ନେଇଛନ୍ତି ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳିଚରଣ ବେହେରା l ଏକ ବୋଲେରୋ ଗାଡ଼ିରେ ସାଉଣ୍ଡ ବାକ୍ସ ବାନ୍ଧି ନିଜେ ସେହିଗାଡ଼ିରେ ମାହୁତ ଧରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଆମ ଜଙ୍ଗଲକୁ କିପରି ସୁରକ୍ଷିତ ରଖିବା ସେହିଦିଗରେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି l ବିଗତଦିନ ମାନଙ୍କରେ ଯେଉଁ ଭଳିଜଙ୍ଗଲରେ ନିଆଁ ଲାଗୁଥିଲା ବହୁ ମାତ୍ରାରେ କମିଥିବା ମଧ୍ୟ ଦେଖିବାକୁ ମିଳିଛି l ଯଦି ଖରାଦିନେ ଜଙ୍ଗଲରେ ନିଆଁ ଲାଗେ ତେବେ ତାପମାତ୍ରା ବଢିବା ସାଙ୍ଗକୁ ଧୂଆଁ ମୟ ହୋଇ ନାହିଁଥିବା ଦୁର୍ଘଟଣା ମାନ ଦେଖିବାକୁ ମିଳିଥିଲା l ତେଣୁ ଆମେ ଆମ ପରିବେଷକୁ ବଞ୍ଚାଇ ରଖିବା l ଏହିଭଳି ବିଭିନ୍ନ ପ୍ରକାର ଗଳ୍ପ ଭଳି ଅଞ୍ଚଳ ବାସୀଙ୍କୁ ବୁଝାଇ ଥିଲେ l ତେବେ ଜଙ୍ଗଲ ରକ୍ଷା ସାଙ୍ଗକୁ ଜଙ୍ଗଲରେ ରହୁଥିବା ପାଶୁ ପାଖିଙ୍କୁ ସୁରକ୍ଷା ଆମର ଦାୟିତ୍ୱ l ତେଣୁ ପରିବେଶ ସୁରକ୍ଷିତ ରହିଲେ ଆମ ଜୀବନ ସୁରକ୍ଷିତ ରହିବ l କହିକହି ଆମେ ଯାଉଛୁ ଭାଇ ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ, ରହିଲେ ବନ ବଞ୍ଚିବେ ଜନ ଏହିଭଳି ସ୍ଲୋଗାନ ଦେଇ ସଚେତନ ର ବାର୍ତା ଦେଇଛନ୍ତି l ତୁମୁଡିବନ୍ଧ ବାନାଞ୍ଚଳ ଅଧିକାରୀ l
ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ
