ଉଦଘାଟିତ ହେଲା ବନବିଭାଗର ଚାରା ବିତରଣ କେନ୍ଦ୍ର

ତୁମୁଡିବନ୍ଧ (କୋଶଲ ନ୍ୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରେ ଚଳିତବର୍ଷ ପାଇଁ ଆଜି ବୁଧବାର ଦିନ ଏକ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ରସିନାଥ ନାୟକ ନିଜେ ଚାରା ବିତରଣ କରି ବୁଧବାର ପୂର୍ବାହ୍ନରେ ଏହି ଚାରା ବିତରଣ କେନ୍ଦ୍ରର ଉଦଘାଟନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା,ବନପାଳ ଦେବାଶିଷ ଚୌଧୁରୀ,ବନରଖି ୱାଚର ପ୍ରମୁଖ ଉପସ୍ଥିତ ଥିଲେ l ସ୍ଥାନୀୟ ଜନସାଧାରଣ ତଥା ପରିବେଷବିତ ମାନଙ୍କୁ ସୁବିଧାରେ ମୂଲ୍ୟବାନ ବୃକ୍ଷ ଚାରା ଉପଲବ୍ଧ କରାଇବା ଏହି ଚାରା ବିତରଣ କେନ୍ଦ୍ରର ଉଧେଶ୍ୟ l ସ୍ଥାନୀୟ ବନାଞ୍ଚଳ ଅଧୀନରେ ଲଣ୍ଡା ପାହାଡ଼, ଖୋଲା ସ୍ଥାନ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ବିଦ୍ୟାଳୟ ପରିସର ଗୁଡ଼ାକରେ ବନପାଳ,ବନରଖି ଏବଂ ୱାଚର ମାନେ ବୃକ୍ଷ ଚାରା ରୋପଣ କରି ସବୁଜ ବନାନୀ ସୃଷ୍ଟି କରିବାର ଉଦ୍ୟମ ଜାରୀ ରଖିଛନ୍ତି l ଏହି ପରିପ୍ରେକ୍ଷୀରେ ସାଧାରଣ ଜନତା, ବୃକ୍ଷ ପ୍ରେମୀ ତଥା ପରିବେଷବିତ୍ତ ମାନଙ୍କୁ ମଧ୍ୟ ନିମ୍ବ, କରଞ୍ଜ, ସଜନା, ପିଜୁଳି, ଜାମୁ, ପଣସ, ସୀତାଫଳ ଇତ୍ୟାଦି ଏକାଧିକ ପ୍ରଜାତିର ଚାରା ଏହି ବିତରଣ କେନ୍ଦ୍ରରୁ ନେଇ ନିଜ ନିଜ ବାଡି଼ବଗିଚାରେ ରୋପଣ କରିବା ନିମନ୍ତେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା ନିବେଦନ କରିଛନ୍ତି l    *ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ*

Comments
Loading...