ଏକ ନିଆରା ଢଙ୍ଗରେ ଜଙ୍ଗଲରେ ନିଆଁ ନ ଲଗାଇବାକୁ ସାଧାରଣ ଜନତାଙ୍କୁ ସଚେତନ କଲେ ବନାଞ୍ଚଳ କର୍ମଚାରୀ

ଘର ପୋଡିଲେ ବଣକୁ ଯିବା, ବଣ ପୋଡିଲେ କୁଆଡ଼େ ଯିବା


ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):- ଆଉ କେତୋଟି ଦିନ ପରେ ଗ୍ରୀଷ୍ମ ଆଗମନ l ଅସହ୍ୟ ଗରମ ସଙ୍ଗେ ଜଙ୍ଗଲ ନିଆଁ ଅସ୍ତବ୍ୟସ୍ତ କରିପକାଇବ ଜନଜୀବନ l ଜାଳି ଉଠିବ ଜୀବଜଗତ l ନଷ୍ଟ ହୋଇଯିବ ପ୍ରାକୃତିକ ଜଙ୍ଗଲ l ବ୍ୟାପକ ମାତ୍ରାରେ ପ୍ରଭାବିତ ହେବ ଜୀବଜଗତ l ପରିବେଶ,ଜଳବାୟୁ ପରିବର୍ତ୍ତନରେ ବହୁଳ ପ୍ରଭାବିତ ହେବ l ଏହି ପରିପ୍ରେକ୍ଷୀରେ ବନବିଭାଗ ନିଜର ଗୁରୁତ୍ୱପୂର୍ଣ ଦାୟିତ୍ୱକୁ ସମ୍ପନ୍ନ କରିଛି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରେ ଆଜି ବୁଧବାର ଦିନ ସମସ୍ତ ବନ କର୍ମଚାରୀ, ୱାଚର, ବନ ସୁରକ୍ଷା ସମିତି ସଦସ୍ୟ ମିଳିତ ଭାବେ ପୂର୍ବ ପ୍ରସ୍ତୁତି ପ୍ରକାରେ ଏକ ବିଶାଳ ମଟର ସାଇକେଲ ରାଲିରେ ଗାଁ ଗାଁ ବୁଲି ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା କରିବା ଜନିତ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟ ଦ୍ୱାରରେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ପତାକା ଦେଖାଇ ଉଦଘାଟନ କରିଥିଲେ l କାର୍ଯ୍ୟାଳୟରୁ ଏହି ରାଲି ବାହାରି ମାଦାଗୁଡା, କୁର୍ତମଗଡ଼, ଲଙ୍କାଗଡ଼ ଏବଂ ଉଷାବାଲି ପର୍ଯ୍ୟନ୍ତ ଯାଇ ଦିନ ତମାମ ଗାଁ ଗାଁ ରେ ଜନ ସଚେତନ ଜାରୀ ରଖିଥିଲେ l ପୂର୍ବରୁ ପ୍ରତି ଗାଁ ରେ ପ୍ରାଚୀନ, ବରିଷ୍ଠ ନାଗରୀକ, ବୁଦ୍ଧିଜୀବୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନେଇ ବାରମ୍ବାର ବୈଠକ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି l ଏହିଭଳି ଜଙ୍ଗଲ ସୁରକ୍ଷା ନିମନ୍ତେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇ ନିଜର ଗୁରୁଦାୟିତ୍ୱ ସମ୍ପନ କରିବାରେ ଅଗ୍ରଣୀ ହୋଇ ରହିଆସିଛି ତୁମୁଡିବନ୍ଧ ବନାଞ୍ଚଳ l ଯଦିଓ ଏହିଭଳି ଜନସଚେତନ ଗୋଟିଏ ଦିନରେ ସମ୍ଭବ ନୁହଁ ତଥାପି ଗୋଟିଏ ଦିନ ଏହା ସମ୍ଭବ ହୋଇପାରିବ ଏହିପରି ଦୃଢ଼ ମନବଳ ନେଇ ଏକାଧିକ କାର୍ଯ୍ୟକ୍ରମ ଜାରୀ ରଖିଛି ବନବିଭାଗ l ଏହି ପରିପ୍ରେକ୍ଷୀରେ କେବଳ ଜଙ୍ଗଲ ସୁରକ୍ଷା ଆଇନ ବଳରେ ନୁହଁ ବରଂ ଜନ ସଚେତନତା ଦ୍ୱାରା ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା ବାର୍ତ୍ତା ଦେଇଛନ୍ତି l ଆମେ ଜଙ୍ଗଲ ସୁରକ୍ଷା ଜନିତ କୌଣସି ପ୍ରକ୍ରିୟାକୁ ମଧ୍ୟ ଆପଣେଇବାକୁ ପ୍ରସ୍ତୁତ ବୋଲି ବନପାଳ ବୁଲୁ ଚୌଧୁରୀ ପ୍ରତିକ୍ରିୟା ଦେଇଛନ୍ତି l ଯଦି ଜନସାଧାରଣ ସଚେତନ ହୋଇ ଜଙ୍ଗଲ ସୁରକ୍ଷା କରାଯାଇପାରିବ ତେବେ କନ୍ଧମାଳ ଜିଲ୍ଲା ସମଗ୍ର ରାଜ୍ୟରେ ନିଜର ପୂର୍ବ ଗୌରବ ଫେରିପାଇବ ବୋଲି ବୁଦ୍ଧିଜୀବୀ ଗଣ ଆଶାବ୍ୟକ୍ତ କରିଛନ୍ତି l ବନବିଭାଗର ଏହିଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ଭୁୟସୀ ପ୍ରଶଂସା କରିଛନ୍ତି l

ରିପୋର୍ଟ – ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...