କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ କିନ୍ତୁ ଏଠି ଗ୍ରୀଷ୍ମ ଋତୁ ର ପବନ ବୁହିବା ପୂର୍ବ ରୁ ଦେଖାଦେଲାଣି ଜଳ କଷ୍ଟ
ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଆଦିବାସୀ ଅଧୁଷିତ ଅଞ୍ଚଳ ଏହି ବ୍ଲକ ର 70 ପ୍ରତିଶତ ଜନସାଧାରଣ ଜଙ୍ଗଲ ମଧ୍ୟରେ ବସବାସ କରିଥାନ୍ତି ଯାହାକି ପୂର୍ବରୁ ଯାତାୟାତ ର ବ୍ୟବସ୍ଥା ନଥିଲା କିନ୍ତୁ ବର୍ତ୍ତମାନ ଅଧିକାଂଶ ଗ୍ରାମ ଗୁଡିକ ରାସ୍ତା ଦେଖିଚି କିନ୍ତୁ ସରକାର ଙ୍କ ମାଳ ମାଳ ପାନୀୟ ଜଳ ଯୋଜନା ଫେଲ ମାରିଚି ଆମେ କହୁଚୁ ତୁମୁଡିବନ୍ଧ ବ୍ଲକ ସଦରମାହାକୁମା ଠାରୁ ମାତ୍ର କିଛି ଦୂରର କଥା ଆଜି ବି କିଛି ଅଞ୍ଚଳ ବସି ନଦୀ ପାଣି, ଛୁଆଁ ପାଣି ରେ ଜୀବନ କାଟୁଛନ୍ତି, ସରକାର ଙ୍କ ଦ୍ଵାରା 33 ଲକ୍ଷ 20 ହଜାର ଟଙ୍କା ଅନୁମୋଦନ ହୋଇକି କାମ ବି ଆରମ୍ଭ ହେଲା କିନ୍ତୁ ଆଜି ବି ଲୋକ ଚୁଆଁ ଓ ନଦୀ ପାଣି ଉପରେ ଭରସା କରୁଛନ୍ତି ସୂଚନା ପ୍ରକାରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ସିର୍ଲା ପଞ୍ଚାୟତ ର ବିରିମିଲା ଗ୍ରାମ ରେ ଜଳ ଶଙ୍କଟ ର ଖବର ପ୍ରସାରଣ କରାଯାଇଥିଲା ଖବର ପ୍ରସାରଣ ପରେ ବିରିମିଲା ଗ୍ରାମ କୁ ବସୁଧା ଯୋଜନାରେ 33 ଲକ୍ଷ 20 ହଜାର ଟଙ୍କା ଅନୁମୋଦନ କରାଯାଇଥିଲା ଯାହାର ଅବଧି ଥିଲା 29/07/2023 କିନ୍ତୁ ଅବଧି ଠାରୁ ପାଖାପାଖି 17 ମାସ ଭିତ୍ତି ଯାଇଥିଲେ ମଧ୍ୟ ଆଜି ପ୍ରଯ୍ୟନ୍ତ ବିରିମିଲା ଗ୍ରାମବାସୀ ଙ୍କୁ ମିଳୁନି ପାନୀୟ ଜଳ I ବସୁଧା ଯୋଜନାରେ ହୋଇଥିବା ପମ୍ପ ହାଉସ ଘର ପାଲଟିଛି ପଶୁ ମାନଙ୍କ ଶୌଚାଳୟ ଏହି ବାବଦରେ କନିଷ୍ଠ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ଦେଇନଥିବା ଦେଖିବାକୁ ମିଳିଛି ତେବେ ଦେଖିବାକୁ ବାକି ରହିଲା କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ବିରିମିଲା ଗ୍ରାମବାସୀ ଙ୍କୁ ଆମ ନିୟୁଜ ମାଧ୍ୟମରେ ପ୍ରଶାସନ ଙ୍କୁ ନିବେଦନ କରିବୁ ଯଥାଶୀଘ୍ର ତଦନ୍ତ କରି ଗ୍ରାମବାସୀ ଙ୍କୁ ଜଳ ଯୋଗାଇଦେବା ନିମନ୍ତେ କାରଣ ଆଉ କିଛି ମାସ ପରେ ଗ୍ରୀଷ୍ମ ମାସ ଆରମ୍ଭ ହେବ ଯଦି ଏବେ ଠୁ ଜଳ ଶଙ୍କଟ ଦେଖା ଗଲାଣି ତ ଗ୍ରୀଷ୍ମ ଋତୁ ର ଅବସ୍ଥା କଣ ରହିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ