ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ହଇଜା ଭଳି ମାରତ୍ମକ ରୋଗର ଶିକାର କିଭଳି ନହେବେ ସେନେଇ ପାନୀୟ ଜଳ ବିଭାଗ ସଚେତନତା ଅଵଲମ୍ବନ କରିଥିବା ଦେଖିବାକୁ ମିଳିଛି l ତୁମୁଡିବନ୍ଧ ବ୍ଲକର ୧୧ ଗୋଟି ପଞ୍ଚାୟତ ମଧ୍ୟରୁ ଏକାଧିକ ପଞ୍ଚାୟତ ଉପାନ୍ତ ରହିଥିବା ବେଳେ ଟିକିଏ ବର୍ଷା ହେଲେ ଏକ ପ୍ରକାର ବିଛିନ୍ନ ହେଇଯାଉଥିବା ଦେଖିବାକୁ ମିଳୁଛି l ତେବେ କିଭଳି ଏହି ଗ୍ରାମ ଗୁଡିକରେ ହଇଜା ମହାମାରୀ ବିପଦ ନ ଆସିବ ସେନେଇ ବ୍ଲକ ପ୍ରଶାସନ ଅଣ୍ଟା ଭିଡିଛି l ବର୍ତମାନ ଓଡ଼ିଶାର କିଛି ଜିଲ୍ଲା ରେ ହଇଜା ଭଳି ମହାମାରୀ ରୋଗର ଶିକାର ହୋଇ ପ୍ରାଣ ମଧ୍ୟ ହରାଇଥିବା ଖବର ରହିଛି l ତେବେ ତୁମୁଡିବନ୍ଧ ବ୍ଲକରେ ଥିବା ଉପାନ୍ତ ଅଞ୍ଚଳ ବେଲଘର, ବିଲମାଳ, ଝିରିପାଣି, ଲଙ୍କାଗଡ଼, ଗୁମା ରହିଥିବା ବେଳେ ବିଶେଷ କରି ବେଲଘର, ବିଲମାଳ ପଞ୍ଚାୟତରେ ୭୦ଭାଗରୁ ଅଧିକ କୁଟିଆ କନ୍ଧ ଜନ ଜାତି ର ଲୋକେ ବସବାସ କରନ୍ତି l କିନ୍ତୁ ଦୁଃଖର ବିଷୟ ଯାହାଙ୍କ ପାଇଁ ସତନ୍ତ୍ର ଏକ ସରକାରୀ ବିଭାଗ ରହିଛି ବେଲଘର ପଞ୍ଚାୟତରେ ଯାହାର ନାମ (କେ. କେ. ଡି. ଏ) କୁଟିଆକନ୍ଧ ଉହ୍ନୟନ ସଂସ୍ଥା ଏହାର କାମ କେବଳ କୁଟିଆ କନ୍ଧ କିପରି ସ୍ୱାବଲମ୍ବୀ ହେବେ ଏବଂ ସୁରକ୍ଷିତ ରହିବେ ତାହାରି ଉପରେ ତୀକ୍ଷ୍ଣ ନଜର ରଖିବା କଥା କିନ୍ତୁ ଏହି ସରକାରୀ ସଂସ୍ଥା ପ୍ରାୟ ୩୦ ବର୍ଷ ରୁ ଅଧିକ ହେବ ଏହି ସଂସ୍ଥା କୁଟିଆ କନ୍ଧ ଙ୍କ ପାଇଁ କାର୍ଯ୍ୟ କରିଆସୁଛି ବାସ୍ତବିକ ବର୍ତମାନ ସୁଦ୍ଧା ଗୋଟିଏ କୁଟିଆ କନ୍ଧ ପରିବାର ଉହ୍ନତି ହେବାର ଦେଖିବାକୁ ମିଳିନାହିଁ l କେବଳ ଏହି ସଂସ୍ଥା କାଗଜ କଲମରେ କୋଟିକୋଟି ଟଙ୍କା ଆତ୍ମସାତ କରି ଏହି ଟଙ୍କା କିପରି ଖର୍ଚ୍ଚ ହୋଇଛି ତାହା ମିଛ ବିଲ ଦେଖାଇ ସରକାର ଙ୍କ ପାଖରେ ଉହ୍ନତି ର ଡିମ ଡିମୋ ପିଟୁଥିବା ବେଳେ ହଇଜା ମହାମାରି ର ପ୍ରତିକାର କିମ୍ବା ଗାଁ ଗାଁ ଯାଇ ସଚେତନା କରୁନଥିବା ଅଭିଯୋଗ ହୋଇଛି l ତେବେ ତୁମୁଡିବନ୍ଧ ବ୍ଲକ ପାନୀୟ ଜଳ ବିଭାଗର ଯନ୍ତ୍ରୀ ରାମ ଚନ୍ଦ୍ର ଚୌଧୀରି ଲୋକଙ୍କୁ ସଚେତନା ବାର୍ତା ଦେବା ସହ ବିଭିନ୍ନ ପାଞ୍ଚାୟତ ନିମନ୍ତେ ଗୋଟିଏ ଗୋଟିଏ ଟିମ ଗଢି ୧୧ ଗୋଟି ପାଞ୍ଚାୟତ ରେ ଥିବା ସମସ୍ତ ନଳକୂପ, କୂଅ, ଓଭର ହେଡ଼ ଟାଙ୍କି ରେ ବ୍ଲିଚିଙ୍ଗ ପାଉଡର ପକାଇବା ସହ ବ୍ଲିଚିଙ୍ଗ ପାଉଡର ର ବ୍ୟବହାର ଏବଂ ଉପକାରିତା ବୁଝାଇ ଗ୍ରାମର ମୁଖିଆ ଙ୍କୁ ବ୍ଲିଚିଙ୍ଗ ପାଉଡର ଦେଇ କିଭଳି ବ୍ୟବହାର କରି ହଇଯା ରୋଗରୁ ବଞ୍ଚିତ ରହିବେ ସେୟା ବୁଝାଉ ଥିବା ଦେଖିବାକୁ ମିଳିଛି l ଆଜି ତୁମୁଡିବନ୍ଧ ପାଞ୍ଚାୟତ ରେ ଥିବା ସମସ୍ତ ନଳକୂପ ରେ ନିଜେ ଉପସ୍ଥିତ ରହି ବ୍ଲିଚିଙ୍ଗ ପାଉଡର ପକାଇ ବା ସହ ଲୋକଙ୍କୁ ମହାମାରୀରୁ ଦୂରରେ ରହିବା କୁ ସଚେତନ କରିବାରେ ଏକ ପ୍ରକାର ଅଣ୍ଟା ଭିଡ଼ିଥିବା ନଜର ରହିଛି |ଏଭଳି କାର୍ଯ୍ୟ କୁ ତୁମୁଡିବନ୍ଧ ଅଞ୍ଚଳ ବାସି ଯନ୍ତ୍ରୀ ଶ୍ରୀ ଚୌଧୁରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି l
ରିପୋର୍ଟ ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ
