ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ସଭା ଗୃହରେ ଆଜି ସୋମବାର ବାର ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ତୁମୁଡିବନ୍ଧ ବ୍ଳକର ୧୧ ଗୋଟି ପଞ୍ଚାୟତରୁ କୋଟଗଡ଼ ବ୍ଲକର ଅଞ୍ଚଳର ଲୋକମାନେ ଆସି କନ୍ଧମାଳ ଜିଲ୍ଲା ପାଳ ଅମୃତ ୠତୁରାଜ, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ, ଜିଲ୍ଲା ପାରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ଙ୍କୁ ନିଜ ନିଜର ଅଭାବ ଅସୁବିଧା ସହିତ ନିଜ ଗ୍ରାମର ବିଭିନ୍ନ ସମସ୍ୟାକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ବ୍ୟକ୍ତି ଗତ ଓ ଗୋଷ୍ଠୀ ଗତ ଭାବେ ମୋଟ ୭୫ଟି ଅଭିଯୋଗ ହୋଇଛି।ଗୋଷ୍ଠି ଗତ ଅଭିଯୋଗ ମଧ୍ୟରୁ ବିଶେଷ କରି ରାସ୍ତା ନିର୍ମାଣ, ଜିଓ ନେଟୱର୍କ, ସରକାରୀ ବସ ସେବା, ବିଦ୍ୟୁତ ସଂଯୋଗ, ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକା କର୍ମଚାରୀ ଦେବା,ତୁମୁଡିବନ୍ଧ କୃଷି ଅଧିକାରୀ ଅନୁପସ୍ଥିତ ରହିବା ,ଗ୍ରାମକୁ ସି ସି ରାସ୍ତା ନିର୍ମାଣ କାର୍ଯ୍ୟ କରିବା, ପାନୀୟ ଜଳ ଯୋଗାଣ ପାଇଁ ନଳ କୂପ ଭଳି ଅଭିଯୋଗ ଥିବା ବେଳେ ବ୍ୟକ୍ତିଗତ ଅଭିଯୋଗ ଗୁଡ଼ିକ ଯଥା ଭତ୍ତା, ଆବାସ ,ରାସନ କାର୍ଡ଼, ସ୍ୱାସ୍ଥ୍ୟ ଗତ ମଧ୍ୟ ଥିଲା ।ଗୋଷ୍ଠୀ ଗତ ଅଭିଯୋଗ ଗୁଡ଼ିକ ମଧ୍ୟରୁ ତୁମୁଡିବନ୍ଧ ପଂଚାୟତର କୁଟିଆ ଜନଜାତି ର ୪ଗୋଟି ଗ୍ରାମ ଯଥା ନିଲିଙ୍ଗ ପଦର, ପୁକଝୁଲା, ପଲମ ଓ ବଲମକୁ ରାସ୍ତା ନାହିଁ ,ସିର୍ଲା ପଂଚାୟତର ସଦରରେ ଜିଓ ନେଟ ୱାର୍କ ନଥିବା, ଝିରିପାଣି ଓ ଭଣ୍ଡରଙ୍ଗୀ ପଂଚାୟତକୁ ମୂଖ୍ୟ ମନ୍ତ୍ରୀଙ୍କ ବସ ସେବା ବର୍ଷା ଯୋଗୁଁ ବନ୍ଦ ଥିବା ନେଇ ଅଭିଯୋଗ କରିଥିଲେ ସରପଞ୍ଚ ଓ ଗ୍ରାମ ବାସୀ ମାନେ।ସେହି ଅଭିଯୋଗ ଗୁଡ଼ିକୁ ଉପସ୍ଥିତ ଥିବା ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ଏବଂ ଗୋଷ୍ଠୀ ଉହ୍ନୟନ ଅଧିକାରୀ ବନବିହାରୀ ହରପାଲ ଉପସ୍ଥିତ ଥିଲେ।
ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ
